fbpx

(Video)ବିମାନ ଦୁର୍ଘଟଣାରେ ୬୮ଟି ଯାତ୍ରୀ ସମେତ ୪କ୍ରିଉ ମେମ୍ବର ସମସ୍ତେ ମୃତ, ଦେଖନ୍ତୁ ଭିଡ଼ିଓ

ନେପାଳ: ବିମାନର ବଡ଼ ଦୁର୍ଘଟଣାରେ ଖବର ସାମ୍ନାକୁ ଆସିଛି । ନେପାଳ ରାଜଧାନୀ କାଠମାଣ୍ଡୁରୁ ପୋଖରା ଯାଉଥିବା ବିମାନର ଦୁର୍ଘଟଣା ଘଟିଥିବା ସୂଚନା ମିଳିଥିଲା । ତେବେ ଏହି ବିମାନ ୬୮ଟି ଯାତ୍ରୀଙ୍କ ସହ ୪ଜଣ କ୍ରିଉକୁ ନେଇ ଯାଉଥିଲା ।

ସୂଚନା ଅନୁସାରେ, ପୋଖରା ବିମାନ ବନ୍ଦରର ରନୱେରେ ଅବତରଣ ବେଳେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ବିମାନଟି ହୁତହୁତ ହୋଇ ଜଳୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ବିମାନରେ ୬୮ଟି ଯାତ୍ରୀ ଓ ୪କ୍ରିଉ ମେମ୍ବର ଥିବା ବେଳେ ସମସ୍ତଙ୍କ ମୃତ୍ୟ ହେଇଛି । ତେବେ ଏଥିରେ ପାଞ୍ଚ ଜଣ ଭାରତୀୟ ଥିଲେ । ଘଟଣାସ୍ଥଳରେ ଦୁର୍ଘଟଣାଗ୍ରସ୍ତ ବିମାନରୁ ଯାତ୍ରୀଙ୍କ ମୃତ ଦେହ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣାଗ୍ରସ୍ତ ବିମାନଟି ୟେଟି ଏୟାରଲାଇନର ବୋଲି ସୂଚନା ମିଳିଛି ।

ନେପାଳ ମିଡ଼ିଆ ଅନୁସାରେ, ଏହି ଦୁର୍ଘଟଣା ପୋଖରାର ଏକ ପାର୍ବତ୍ୟାଞ୍ଚଳରେ ହୋଇଛି । ବିମାନଟି ଏକ ପାହାଡ଼ରେ ମାଡ଼ ହୋଇ ନଦୀ ଭିତରକୁ ପସିଯାଇଛି । ଯେଉଁ ସ୍ଥାନରେ ଏହି ଦୁର୍ଘଟଣା ଘଟିଥିଲା ସେଠାରେ ଧୂଆଁ ଉପରକୁ ଉଠିବାର ଦୃଶ୍ୟ ଦେଖାଦେଲା । ଏହି ଦୁର୍ଘଟଣା ଖବର ପାଇ ଏୟାରପୋର୍ଟ ଅଥୋରିଟି, ସୁରକ୍ଷାବଳ ଏବଂ ରିଲିଫ ଟିମ ଆକ୍ଟିଭ ମୋଡ଼ରେ ଆସିଥିଲେ । ଏହାପରେ ତୁରନ୍ତ ରେସ୍କ୍ୟୁ ଟିମକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ଏହାପରେ ଏକ ଜରୁରୀ କାଳୀନ ବୈଠକ ଡକା ଯାଇଛି । ଏହାସହ ପ୍ରଧାନମନ୍ତ୍ରୀ ଏବେ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି ।

Get real time updates directly on you device, subscribe now.