fbpx

ନେପାଳରେ ବିମାନ ଦୁର୍ଘଟଣା, ୬୮ଯାତ୍ରୀ ଥିଲେ ବିମାନରେ

ନେପାଳ: ବିମାନର ବଡ଼ ଦୁର୍ଘଟଣାରେ ନେପାଳରେ ଦେଖିବାକୁ ମିଳିଛି । ନେପାଳ ରାଜଧାନୀ କାଠମାଣ୍ଡୁରୁ ପୋଖରା ଯାଉଥିବା ବିମାନର ଦୁର୍ଘଟଣା ଘଟିଛି । ଏହି ବିମାନ ୬୮ଟି ଯାତ୍ରୀଙ୍କ ସହ ୪ଜଣ କ୍ରିଉକୁ ନେଇ ଯାଉଥିଲା ।

ସୂଚନା ଅନୁସାରେ, ନେପାଳର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଘଟିଥିବା କଥା ସାମ୍ନାକୁ ଆସିଛି । ପୋଖରା ବିମାନ ବନ୍ଦରର ରନୱେରେ ଅବତରଣ ବେଳେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ବିମାନଟି ହୁତହୁତ ହୋଇ ଜଳୁଛି । ତେବେ ବିମାନରେ ୬୮ଟି ଯାତ୍ରୀ ଓ ୪କ୍ରିଉ ମେମ୍ବର ଥିବାର ସୂଚନା ମିଳିଛି । ଘଟଣାସ୍ଥଳରେ ଦୁର୍ଘଟଣାଗ୍ରସ୍ତ ବିମାନରୁ ଯାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣାଗ୍ରସ୍ତ ବିମାନଟି ୟେଟି ଏୟାରଲାଇନର ବୋଲି ସୂଚନା ମିଳିଛି ।

ନେପାଳ ମିଡ଼ିଆ ଅନୁସାରେ, ଏହି ଦୁର୍ଘଟଣା ପୋଖରାର ଏକ ପାର୍ବତ୍ୟାଞ୍ଚଳରେ ହୋଇଛି । ବିମାନଟି ଏକ ପାହାଡ଼ରେ ମାଡ଼ ହୋଇ ନଦୀ ଭିତରକୁ ପସିଯାଇଛି । ଯେଉଁ ସ୍ଥାନରେ ଏହି ଦୁର୍ଘଟଣା ଘଟିଥିଲା ସେଠାରେ ଧୂଆଁ ଉପରକୁ ଉଠିବାର ଦୃଶ୍ୟ ଦେଖାଦେଲା । ଏହି ଦୁର୍ଘଟଣା ଖବର ପାଇ ଏୟାରପୋର୍ଟ ଅଥୋରିଟି, ସୁରକ୍ଷାବଳ ଏବଂ ରିଲିଫ ଟିମ ଆକ୍ଟିଭ ମୋଡ଼ରେ ଆସିଥିଲେ । ଏହାପରେ ତୁରନ୍ତ ରେସ୍କ୍ୟୁ ଟିମକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ୧୬ଜଣ ମୃତକଙ୍କୁ ଉଦ୍ଧାର କରିସାରିଛନ୍ତି । ଘଟଣାସ୍ଥଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଚାଲୁରହିଛି ।

Get real time updates directly on you device, subscribe now.