fbpx

(Video)ପାକିସ୍ତାନରେ ଆହାର ସଙ୍କଟ ଭିତରେ ଆସିଲା ରୋମ ଟାଙ୍କୁରିଲା ଭଳି ଦୃଶ୍ୟ, ଭିଡିଓ ହେଉଛି ଭାଇରଲ

ପାକିସ୍ତାନରେ ଖାଦ୍ୟ ସଙ୍କଟ ଆହୁରି ଗଭୀର ହୋଇଛି। ଲୋକମାନେ ଖାଦ୍ୟ ପାଇଁ ହଠାତ ହଟହଟା ହେଉଛନ୍ତି । ଅବସ୍ଥା ଏପରି ହୋଇଛି ଯେ ଲୋକମାନେ ନିଜ ବାଇକରେ ଗହମ ଭର୍ତ୍ତି ଟ୍ରକ ପଛରେ ଗୋଡ଼ାଉଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଲୋକମାନେ ଏକ ବସ୍ତା ଗହମ ପାଇବା ପାଇଁ ନିଜ ଜୀବନକୁ ବିପଦରେ ପକେଇଥିବା ନଜର ଆସିଛନ୍ତି । ନ୍ୟାସନାଲ ଇକ୍ୱାଲିଟି ପାର୍ଟି ଜେ.କେ.ବି.ବି.ର ସଭାପତି ପ୍ରଫେସର ସଜଜାଦ ରାଜା ଏହି ଭିଡିଓ ସେୟାର କରି ଲେଖିଛନ୍ତି ଯେ ଏହା ଏକ ମୋଟରସାଇକେଲ ରାଲି ନୁହେଁ, କିନ୍ତୁ ପାକିସ୍ତାନର ଲୋକମାନେ ଅଟା ଭର୍ତ୍ତି ଟ୍ରକ ପଛରେ ଗୋଡ଼ାଉଛନ୍ତି, ସେମାନେ ଆଶା କରୁଛନ୍ତି ଯେ ସେମାନେ କେବଳ ଗୋଟିଏ ନେଇ ପାରିବେ।ପାକିସ୍ତାନରେ ଆପଣଙ୍କ ଭବିଷ୍ୟତ କଣ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସୋସିଆଲ ମିଡିଆରେ ସେୟାର ହୋଇଥିବା ଏକ ଭିଡିଓରେ ମୋଟରସାଇକେଲ ଚଲାଉଥିବା କିଛି ଲୋକ ଅଖା ନେଇ ଟ୍ରକକୁ ଗୋଡାଉଥିବାର ନଜର ଆସିଛନ୍ତି। ଗହମ ଟ୍ରକକୁ ଅନୁସରଣ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଟ୍ରକରେ ଥିବା ବ୍ୟକ୍ତିଙ୍କୁ ନୋଟ୍ ଦେଖାଇ ଏକ ପ୍ୟାକେଟ୍ ଅଟା ମାଗିଥିଲେ।ଏହି ଭିଡିଓ ବିଷୟରେ ସାଜଜାଦ ରାଜା ମଧ୍ୟ ପାକିସ୍ତାନ ଅଧିକୃତ କାଶ୍ମୀର ବାସିନ୍ଦାଙ୍କୁ ଆଖି ଖୋଲିବାକୁ ପରାମର୍ଶ ଦେଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ ଜାମ୍ମୁ କାଶ୍ମୀରର ଜନତା ଆଖି ଖୋଲିବା ଉଚିତ୍ ।

ପାକିସ୍ତାନରେ ସବସିଡିଯୁକ୍ତ ଗହମର ଯୋଗାଣ ପ୍ରାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବାବେଳେ ଅନ୍ୟାନ୍ୟ ଜରୁରୀ ଦ୍ରବ୍ୟର ମୂଲ୍ୟ ମଧ୍ୟ ଆକାଶଛୁଆଁ ହୋଇପଡିଛି। ଅନେକ ବର୍ଷ ମଧ୍ୟରେ ପାକିସ୍ତାନ ସବୁଠାରୁ ଖରାପ ଖାଦ୍ୟ ସଙ୍କଟ ଦେଇ ଗତି କରୁଛି, ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଦେଶର ଅନେକ ସ୍ଥାନରେ ଗହମ ମଇଦା ଅଭାବ ଦେଖାଦେଇଛି। ଗତ ସପ୍ତାହରୁ ଖାଇବର ପାଖ୍ଟନଖୱା, ସିନ୍ଧ ଏବଂ ବାଲୁଚିସ୍ତାନ ପ୍ରଦେଶରେ ଅଟା ମୂଲ୍ୟ ବୃଦ୍ଧି ପାଇଛି। ଅଟା ର ଏକ ପ୍ୟାକେଟ ୩୦୦୦ ବିକ୍ରି ହେଉଛି। ପାକିସ୍ତାନ ରାସ୍ତାରେ ଅଟା ପାଇଁ ଲଢ଼େଇ ହେଉଥିବାର ଦେଖିବାକୁ ମିଳିଛି ।

ଏକ ରିପୋର୍ଟ ଅନୁଯାୟୀ, ସଙ୍କଟ ମୁଖ୍ୟତଃ ସ୍ୱଳ୍ପ ଆୟକାରୀ ଗୋଷ୍ଠୀ ଉପରେ ପ୍ରଭାବ ପକାଉଛି। ଖୁଚୁରା ବଜାରରେ ଗହମର ଅଭାବ ମଧ୍ୟରେ ଲୋକମାନେ ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡିରେ ଠିଆ ହୋଇଥିବା ଦେଖାଯାଉଛି । କରାଚିରେ ଅଟା କିଲୋଗ୍ରାମ ୧୪୦ ରୁ ୧୬୦ରେ ବିକ୍ରି ହେଉଛି। ଇସଲାମାବାଦ ଏବଂ ପେଶୱାରରେ ୧୦ କିଲୋଗ୍ରାମ ବ୍ୟାଗ ଅଟା ୧,୫୦୦ ଟଙ୍କାରେ ବିକ୍ରି ହେଉଥିବାବେଳେ ୨୦ କିଲୋଗ୍ରାମ ବ୍ୟାଗ ୨୮୦୦ ଟଙ୍କାରେ ବିକ୍ରି ହେଉଛି। ପଞ୍ଜାବ ପ୍ରଦେଶର ମିଲ୍ ମାଲିକମାନେ ଅଟା ମୂଲ୍ୟ କିଲୋଗ୍ରାମ ପାଇଁ ୧୬୦ ଟଙ୍କାକୁ ବୃଦ୍ଧି କରିଛନ୍ତି।

Get real time updates directly on you device, subscribe now.