fbpx

ପରିବାର ସହ ହୋଲି ଖେଳିଲେ ଐଶ୍ୱର୍ଯ୍ୟା ଓ ଅଭିଷେକ, ସାଙ୍ଗସାଥିଙ୍କ ସହ ଦେଲେ ପୋଜ୍‌, ଫଟୋ ଦେଖି ଚକିତ ହେଲେ ଫ୍ୟାନ୍ସ

ମୁମ୍ବାଇ: ଦେଶରେ ହୋଲିର ମାହୋଲ । ରଂଗର ପର୍ବ ହୋଲି ପାଇଁ ସମସ୍ତେ ଉତ୍ସାହିତ । ବଲିଉଡ଼ ସେଲିବ୍ରିଟିମାନେ ମଧ୍ୟ ହୋଲିର ମଜା ନେଇଥିଲେ । ଏଥିମଧ୍ୟରେ ବଚ୍ଚନ ପରିବାରରେ ହୋଲିର ଧୁମ୍ ଦେଖିବାକୁ ମଳିଛି । ପୂର୍ବରୁ ଐଶ୍ୱର୍ଯ୍ୟା ରାୟ ଏବଂ ବଚ୍ଚନ ପରିବାର ମଧ୍ୟରେ ମନମାଳିନ୍ୟକୁ ନେଇ ଗୁଜବ ଜୋର ଧରିଥିଲା । କିନ୍ତୁ ସମସ୍ତ ଗୁଜବକୁ ପଛରେ ପକାଇ ବଚ୍ଚନ ପରିବାର ଏକାଠି ନଜର ଆସିଥିଲେ । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବଚ୍ଚନ ପରିବାର ହୋଲି ପର୍ବକୁ ନିଆରା ଅନ୍ଦାଜରେ ସେଲିବ୍ରେଟ୍ କରିଥିଲେ । ଏହି ସେଲିବ୍ରେସନରେ ପୁରା ପରିବାର ଅମିତାଭ ବଚ୍ଚନ, ଜୟା ବଚ୍ଚନ, ଶ୍ୱେତା ବଚ୍ଚନ, ନବ୍ୟା ନୱେଲି ନନ୍ଦା, ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ବଚ୍ଚନ, ଆରାଧ୍ୟା ବଚ୍ଚନ ଏବଂ କିଛି ଖାସ ସାଙ୍ଗସାଥି ସାମିଲ ଥିଲେ ।

ବଚ୍ଚନ ପରିବାରର ହୋଲି ସେଲିବ୍ରେସନରେ ଐଶ୍ୱର୍ଯ୍ୟା ରାୟ, ଅଭିଷେକ ଏବଂ ଆରାଧ୍ୟାଙ୍କୁ ଧଳା ପୋଷାକରେ ଦେଖିବାକୁ ମିଳିଥିଲା । ପରିବାର ଏବଂ ସାଙ୍ଗସାଥିଙ୍କ ସହ ହୋଲି ସେଲିବ୍ରେସନର ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ହୋଲିକା ଦହନ ସମୟରେ ବି ପୁରା ବଚ୍ଚନ ପରିବାର ଏକାଠି ନଜର ଆସିଥିଲେ । ବର୍ତ୍ତମାନ ପ୍ରଶଂସକମାନେ ଐଶ୍ୱର୍ଯ୍ୟା, ଅଭିଷେକ ଏବଂ ଆରାଧ୍ୟାଙ୍କୁ ଏକାଠି ହୋଲି ସେଲିବ୍ରେଟ୍ କରୁଥିବାର ଦେଖି ଖୁସି ଥିବା ଜଣାପଡ଼ିଛି । ହୋଲି ସେଲିବ୍ରେସନରେ ଐଶ୍ୱର୍ଯ୍ୟାଙ୍କ ନୂଆ ଲୁକକୁ ପ୍ରଶଂସକମାନେ ବେଶ ପସନ୍ଦ କରିଛନ୍ତି । ଅପରପକ୍ଷରେ ଆରାଧ୍ୟାଙ୍କ ହେୟାର ଷ୍ଟାଇଲର ପ୍ରଶଂସା କରିଛନ୍ତି ଫ୍ୟାନ୍ସ ।

 

 

 

Get real time updates directly on you device, subscribe now.