fbpx

ଚୀନ୍ ଉପରେ ସାଇବର ଆକ୍ରମଣ ଅଭିଯୋଗ ଆଣିଲା ବ୍ରିଟେନ୍

ନୂଆଦିଲ୍ଲୀ: ବ୍ରିଟେନ ସରକାର ଅଭିଯୋଗ କରିଛନ୍ତି ଯେ ଚୀନ୍ ସାଂସଦ ଏବଂ ନିର୍ବାଚନ ଆୟୋଗଙ୍କ ବିରୋଧରେ ଏକ “ଅଶାଳୀନ” ସାଇବର ଅଭିଯାନ ଚଳାଇଛି। ସାଇବର ଆକ୍ରମଣ ଅଭିଯୋଗରେ ବ୍ରିଟେନ ୨ ଜଣ ବ୍ୟକ୍ତି ଏବଂ ଗୋଟିଏ କମ୍ପାନୀକୁ ନିଷିଦ୍ଧ କରିଛି । ଉପପ୍ରଧାନମନ୍ତ୍ରୀ ଅଲିଭର ଡାଉଡେନ କହିଛନ୍ତି ଯେ ସେମାନେ ବେଜିଂକୁ ସମାଲୋଚନା କରୁଥିବା ସାଂସଦଙ୍କ ବିଷୟରେ ସୂଚନା ହାସଲ କରିବାକୁ ଏବଂ ୪୦ ନିୟୁତ ଭୋଟରଙ୍କ ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଛନ୍ତି।

ବ୍ରିଟେନରେ ଥିବା ଚୀନ୍ ଦୂତାବାସ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି। ନିଷିଦ୍ଧ ହୋଇଥିବା ଦୁଇ ଚୀନ୍ ନାଗରିକଙ୍କ ନାମ ଝାଓ ଗୁଆଙ୍ଗଝୋ ଏବଂ ନି ଗୋବିନ୍ । ସେହିପରି କମ୍ପାନୀର ନାମ ହେଉଛି ଉହାନ୍ ଜିଓରିଜି ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କମ୍ପାନି ଲିମିଟେଡ୍ ।

Get real time updates directly on you device, subscribe now.