fbpx

Titans ପାଇଁ ନୂଆ ରଣନୀତି କରିବେ କ୍ୟାପଟେନ ଋତୁରାଜ! Playing-11କୁ ଫେରିବେ ଧୋନୀଙ୍କ ‘ବ୍ରହ୍ମାସ୍ତ୍ର’

ନୂଆଦିଲ୍ଲୀ: ଆଜି ଆଇପିଏଲର ସପ୍ତମ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଗତବର୍ଷର ଦୁଇ ଫାଇନାଲ ଟିମ୍ । ଚେନ୍ନାଇ ସୁପର କିଙ୍ଗସ ଏବଂ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଆଜି ହେବ ମହାମୁକାବିଲା । ଏଥିପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରୁଥିବା ବେଳେ ନୂଆ ରଣନୀତି ନେଇ ମଇଦାନକୁ ଓହ୍ଲାଇବ ଚେନ୍ନାଇ ଏବଂ ଗୁଜୁରାଟ । ତେଣୁ ଏହି ମ୍ୟାଚ ପାଇଁ ଦଳରେ ପ୍ଲେଇଙ୍ଗ-୧୧ରେ ବଡ଼ ପରିବର୍ତ୍ତନ ହୋଇପାରେ । ବିଶେଷ କରି ଚେନ୍ନାଇ ସୁପର କିଙ୍ଗସରେ ଜଣେ ସୁପରଷ୍ଟାର କମବ୍ୟାକ କରିପାରନ୍ତି ବୋଲି ଆଶା କରାଯାଉଛି । ଗୁଜୁରାଟ ବିପକ୍ଷ ମ୍ୟାଚରେ କ୍ୟାପଟେନ ଋତୁରାଜ ତାଙ୍କୁ ଦଳରେ ସୁଯୋଗ ଦେଇପାରନ୍ତି ।

ଆଜି ଆଇପିଏଲ-୨୦୨୩ର ଦୁଇ ଫାଇନାଲିଷ୍ଟ ଚେନ୍ନାଇ ଏବଂ ଗୁଜୁରାଟ ମଧ୍ୟରେ ହେବ ମୁହାଁମୁହିଁ । ଆଇପିଏଲ-୨୦୨୪ରେ ଉଭୟ ଦଳ ବିଜୟ ସହ ସିଜନ୍ ଆରମ୍ଭ କରିଥିବା ବେଳେ ଏହି ବିଜୟଧାରା ବଜାୟ ରଖିବା ପାଇଁ ଉଭୟ ଦଳର ଚେଷ୍ଟା ଜାରି ରହିବ । ତେଣୁ ଗୁଜୁରାଟକୁ ଚକମା ଦେବା ପାଇଁ ଚେନ୍ନାଇ ଅଧିନାୟକ ଋତୁରାଜ ଏକ ବଡ଼ ଚାଲ୍ ଖେଳିପାରନ୍ତି । ଦଳରେ ପରିବର୍ତ୍ତନ କରିବା ସହ ପୂର୍ବ ସିଜନର ସୁପରଷ୍ଟାରଙ୍କୁ ଦଳରେ ସୁଯୋଗ ଦେଇପାରନ୍ତି ଋତୁରାଜ । ଆହତ ସମସ୍ୟାରୁ ବାହାରି ଦଳରେ ସାମିଲ ହୋଇଥିବା ଶ୍ରୀଲଙ୍କାର ଷ୍ଟାର ବୋଲର ମଥୀଶା ପଥୀରାନା ଆଜି ଗୁଜୁରାଟ ବିପକ୍ଷ ମ୍ୟାଚ ପାଇଁ ଦଳରେ ସାମିଲ ହୋଇପାରନ୍ତି । ହାର୍ମଷ୍ଟ୍ରିଙ୍ଗ ସମସ୍ୟା ଯୋଗୁଁ ପଥୀରାନା ଦଳର ପ୍ରଥମ ମ୍ୟାଚରୁ ବାଦ୍ ପଡ଼ିଥିଲେ । ତେବେ ବର୍ତ୍ତମାନ ସେ ଖେଳିବା ପାଇଁ ସମ୍ପୂର୍ଣ୍ଣ ଫିଟ୍ ଥିବା ଜଣାଯାଇଛି ।

ଗତବର୍ଷ ଚେନ୍ନାଇ ପକ୍ଷରୁ ଦମଦାର ବୋଲିଂ କରି ଚେନ୍ନାଇ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ତେଣୁ ଆଜିର ମ୍ୟାଚରେ ତାଙ୍କୁ ସୁଯୋଗ ମିଳିବ କି ନାହିଁ, ତାହା ଦେଖିବା ବାକି ରହିଲା । ସେହିପରି ଯଦି ଋତୁରାଜ ପଥୀରାନାଙ୍କୁ ଦଳରେ ସାମିଲ କରନ୍ତି, ତେବେ କେଉଁ ଖେଳାଳିଙ୍କୁ ସେ ରିପ୍ଲେସ କରିବେ ତାହା ରୋମାଞ୍ଚକର ରହିବ । ତେବେ ଋତୁରାଜ ପଥୀରାନାଙ୍କୁ ଚଳିତବର୍ଷ ‘ଇମ୍ପାକ୍ଟ ପ୍ଲେୟର’ ଭାବରେ ଦଳରେ ସାମିଲ କରିପାରନ୍ତି । ଗତବର୍ଷ ମଧ୍ୟ ଧୋନୀ ପଥୀରାନାଙ୍କୁ ଡେଥ୍ ଓଭରରେ ଦମଦାର ବୋଲିଂ କରିଥିଲେ । କିନ୍ତୁ ଚଳିତବର୍ଷର ପ୍ରଥମ ମ୍ୟାଚରେ ମୁସ୍ତାଫିଜୁର ରହମାନ ବେଙ୍ଗଲୁରୁ ବିପକ୍ଷରେ ୪ଟି ୱିକେଟ ନେଇ ଦଳରେ ନିଜ ସ୍ଥାନକୁ ମଜବୁତ କରିଛନ୍ତି ।

ଚଳିତବର୍ଷ ଉଭୟ ଦଳ ଦୁଇ ନୂଆ ଅଧିନାୟକ ପାଇଛନ୍ତି । ହାର୍ଦ୍ଦିକ ଦଳ ଛାଡ଼ିବା ପରେ ଶୁଭମନ ଗିଲଙ୍କୁ ଗୁଜୁରାଟ ଟାଇଟନ୍ସର ନେତୃତ୍ୱ ପ୍ରଦାନ କରାଯାଇଛି । ସେହିପରି ଏମ.ଏସ ଧୋନୀ ଦଳର ନେତୃତ୍ୱ ଛାଡ଼ିବା ପରେ ଋତୁରାଜଙ୍କୁ ନୂଆ ଅଧିନାୟକ ବାଛିଛି ଚେନ୍ନାଇ ସୁପର କିଙ୍ଗସ । ତେବେ ନୂଆ ଅଧିନାୟକ ସହ ଉଭୟ ଦଳର ରଣନୀତି ମଧ୍ୟ ନୂଆ ରହିଛି । ତେବେ ଆଜିର ମ୍ୟାଚରେ ବିଜୟଧାରାକୁ ବଜାୟ ରଖିବା ପାଇଁ ନୂଆ ରଣନୀତି ସହିତ ମଇଦାନକୁ ଓହ୍ଲାଇବ । ତେବେ ଋତୁରାଜ ପଥୀରାନାଙ୍କୁ କିପରି ବ୍ୟବହାର କରିବେ, ତାହା ଦେଖିବାକୁ ଅପେକ୍ଷା କରି ରହିଛନ୍ତି ଚେନ୍ନାଇ ଫ୍ୟାନ୍ସ ।

ଗୁଜୁରାଟ ବିପକ୍ଷରେ ପ୍ଲେଇଙ୍ଗ-୧୧: ଋତୁରାଜ ଗାଏକ୍ୱାଡ(ଅଧିନାୟକ), ରଚିନ୍ ରବିନ୍ଦ୍ର, ଅଜିଙ୍କ୍ୟା ରାହାଣେ, ଡାରିଲ ମିଚେଲ, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଏମ.ଏସ ଧୋନୀ, ଦୀପକ ଚହର, ମହୀଷ ଥୀକ୍ଷଣା, ମୁସ୍ତାଫିଜୁର ରହମାନ, ତୁଷାର ଦେଶପାଣ୍ଡେ

ସବଷ୍ଟିଚ୍ୟୁଟ: ମଥୀଶା ପଥୀରାନା, ସମୀର ରିଜଭୀ, ଶାର୍ଦ୍ଦୁଳ ଠାକୁର, ମିଚେଲ ସାଣ୍ଟନର

Get real time updates directly on you device, subscribe now.