fbpx
BJD SKY
BJD SKY

ଅଜୟଙ୍କ ବଡ ଖୁଲାସା, କାଜୋଲଙ୍କୁ ନେଇ କହିଲେ ଏମିତି କିଛି……

BJD

ନୂଆଦିଲ୍ଲୀ: ଆଜି ହେଉଛିି ବଲିଉଡ କୁଇନ କାଜୋଲଙ୍କ ଜନ୍ମଦିନ । ଆଜି ୪୮ ବର୍ଷରେ ପାଦ ଦେଇଛନ୍ତି କାଜୋଲ । ପତ୍ନୀଙ୍କ ଜନ୍ମଦିନରେ କିଛି ନିଆଁରା ଢ଼ଙ୍ଗରେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ଅଜୟ । ଯାହାକୁ ଦେଖି ପ୍ରଶଂସକ ମାନେ ଆଶ୍ଚର୍ଯ୍ୟ ହୋଇଯିବା ସହିତ ଖୁବ ମଜାଳିଆ କମେଣ୍ଟ ଦେଇଛନ୍ତି ।

ଅଜୟ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁ ଥିରେ ସେ ସୁଟିଙ୍ଗ ସେଟ ଭିତରେ ଥାଇ ମଧ୍ୟ କାଜୋଲଙ୍କ ଫୋନ କଲ ଉଠାଉଥିବାର ଦେଖିବାକୁ ମିଳିଛି । ଏହା ସହିତ ଅଜୟ ଲେଖିଛନ୍ତି ସେ ଯେତେବେଳେ କଲ କରନ୍ତି ମୁଁ କଲ ଉଠାଏ । ତେବେ ଏହି ମନ୍ତବ୍ୟକୁ ନେଇ ଏବେ ବହୁତ ଚର୍ଚ୍ଚା ମଧ୍ୟ ହେଉଛି । କିଛି ପ୍ରଶଂସକ ଲେଖିଛନ୍ତି ଅଜୟ କାଜୋଲକୁ ଡରନ୍ତି, ସେଲାଗି ସେ ବ୍ୟସ୍ତରେ ଥିଲେ ମଧ୍ୟ ତାଙ୍କ କଲ ଉଠାନ୍ତି । ଆଉ କିଛି ପ୍ରଶଂସକ ଏହା ଏହି ଯୋଡି ମଧ୍ୟରେ ଥିବା ନିବିଡ଼ ପ୍ରେମକୁ ଦର୍ଶାଉଛି ବୋଲି କହିଛନ୍ତି ।

ସୂଚନାମୁତାବକ ଗତବର୍ଷ ଅଜୟ କାଜୋଲଙ୍କ ଜନ୍ମଦିନରେ ଏକ ବଡ ପାରାଗ୍ରାଫ ଲେଖିଥିଲେ ଯେଉଁଥିରେ ସେ ପ୍ରକାଶ କରିଥିଲେ ଯେ ମୋ ମୁହଁରେ ଥିବା ହସ ପଛରେ ସର୍ବଦା ତୁମେ ରହିଛି । ନିକଟରେ ଏହି ଯୋଡି ଏକତ୍ରଭାବରେ ତନହାଜି ଚଳଚିତ୍ରରେ ନଜର ଆସିଲେ ଯେଉଁଥିରେ ଶ୍ରେଷ୍ଠ ଅଭିନୟ ପାଇଁ ଅଜୟଙ୍କୁ ଜାତୀୟ ପୁରସ୍କାର ମିଳିଥିଲା ।

Get real time updates directly on you device, subscribe now.