fbpx

କୋଟିପତି ଯନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କୁ ଜାମିନ, ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ହୋଇଥିଲେ ଗିରଫ

Advertisement

କଟକ(ଭାସ୍କର ନ୍ୟୁଜ୍‌): ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ଭୁବନେଶ୍ୱର ପୂର୍ତ ବିଭାଗ ଡିଭିଜନ୍‌-୪ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗକ୍ରମେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଘର, ଅଫିସ୍‌ ସମେତ ଏକାଧିକ ସ୍ଥାନରେ ଚଢ଼ଉ କରିଥିଲା । ଏହି ଚଢ଼ଉରେ ୩ଟି କୋଠା, ୭ଟି ଜମି, ୩ ଦାମୀ ବାଇକ୍‌ ସମେତ ୬ ଗାଡ଼ି, ୪୦ ଲକ୍ଷ ଟଙ୍କାର ସୁନାଗହଣା, ବ୍ୟାଙ୍କ ଜମା ଓ ବୀମା, ନଗଦ ୮୪ ହଜାର ୫ ଶହ ଟଙ୍କା ମିଳିଥିଲା । ମୋଟ ସମ୍ପତିର ମୂଲ୍ୟ ପ୍ରାୟ ୪କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି ।

ପଟିଆ ଶ୍ରୀବିହାରସ୍ଥିତ ସାଇ ଗାର୍ଡେନ ଆପାର୍ଟମେଣ୍ଟରେ ବି/୨୦୨ ନମ୍ବର ଫ୍ଲାଟ୍‌, ଢେଙ୍କାନାଳ ତାରିଣୀ ନଗରରେ ୪୫୦୦ ବର୍ଗଫୁଟ୍‌ ଜମିରେ ତିନି ମହଲା କୋଠା ଓ ୧୫୦୦ ବର୍ଗଫୁଟ୍‌ ଜମିରେ ୧ ମହଲା କୋଠା, ନନ୍ଦନକାନନ ନିକଟ ରଘୁନାଥନଗରରେ ୩୬୦୦ ବର୍ଗଫୁଟ ଜମିରେ ତିନି ମହଲା କୋଠା, ଭୁବନେଶ୍ୱର ଓ ଢେଙ୍କାନାଳରେ ୭ଟି ଜମି, ପୁଅ ଅବିନାଶ ମିଶ୍ରଙ୍କ ନାଁରେ ଥିବା ୮ଲକ୍ଷ ଟଙ୍କାର ଡୁକାଟି ବାଇକ୍‌(ଓଡି୦୨-ଏୱାଇ- ୬୪୪୪), ୫.୪ଲକ୍ଷ ଟଙ୍କାର ହାର୍ଲି ଡେଭିଡସନ୍‌(ଓଡି୦୨-ଏଟି-୬୭୦୦) ଓ ଅଜୟ ମିଶ୍ରଙ୍କ ନାଁରେ ଥିବା ୭ଲକ୍ଷ ଟଙ୍କାର ଅନ୍ୟ ଏକ ହାର୍ଲି ଡେଭିଡସନ୍‌ ବାଇକ୍‌(ଓଡି୦୨-ଏକ୍ୟୁ-୯୫୧୩) ଜବତ କରାଯାଇଥିଲା ।

Get real time updates directly on you device, subscribe now.