fbpx

ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଣ୍ଡିତ ସୁଖରାମଙ୍କ ପରଲୋକ, ପୁଣିଥରେ ହାର୍ଟ ଆଟାକ୍ ଆସିବାରୁ ….

ମଣ୍ଡି: ହିମାଚଳ ରାଜନୀତିର ଚାଣକ୍ୟ କୁହାଯାଉଥିବା ପୂର୍ବତନ କେନ୍ଦ୍ର ସଞ୍ଚାର ରାଜ୍ୟ ମନ୍ତ୍ରୀ ପଣ୍ଡିତ ସୁଖରାମଙ୍କ ପରଲୋକ ଘଟିଛି । ଗତକାଲି ବିଳମ୍ବିତ ରାତି ପ୍ରାୟ ୧.୩୦ ସମୟରେ ଦିଲ୍ଲୀର ଏମ୍ସରେ ତାଙ୍କର ଦେହାନ୍ତ ହୋଇଛି । କୁହାଯାଉଛି ଯେ, ମଙ୍ଗଳବାର ରାତିରେ ପୁଣିଥରେ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା । ଏହି କାରଣରୁ ତାଙ୍କର ମୃତ୍ୟୁ ହେଲା ।

ଏହା ପୂର୍ବରୁ ୯ ମେ’ ରାତିରେ ହାର୍ଟ ଆଟାକ୍ ଆସିବା ଯୋଗୁଁ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଥିଲ । ଗତକାଲି ପୁଣଥରେ ହାର୍ଟ ଆଟାକ୍ ଆସିବାରୁ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ନାତି ଆଶ୍ରୟ ଶର୍ମା ସୋସିଆଲ ମିଡିଆ ମାଧ୍ୟମରେ ନିଜ ଜେଜେବାପାଙ୍କ ଦେହାନ୍ତ ଖବର ଦେଇଛନ୍ତି ।

ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ପଣ୍ଡିତ ସୁଖରାମଙ୍କ ପାର୍ଥିବ ଶରୀର ଦିଲ୍ଲୀରୁ ମଣ୍ଡିକୁ ଅଣାଯିବ । କୁହାଯାଉଛି ଯେ, ସଲାପଡ଼, ସୁନ୍ଦରନଗର, ନାଚାନ୍ ଏବଂ ବାଲ୍ହ ସମେତ ମଣ୍ଡି ସଦରରେ ବହୁ ସଂଖ୍ୟାରେ ଲୋକ ପଣ୍ଡିତ ସୁଖରାମଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ରାସ୍ତାରେ ଜମା ହୋଇଛନ୍ତି ।

ସୁଖରାମଙ୍କ ଜନ୍ମ ୨୭ ଜୁଲାଇ ୧୯୨୭ରେ ହୋଇଥିଲା । ତାଙ୍କର ଆଉ ଜଷର ନାତି ଆୟୁଷ ଶର୍ମା ଅଭିନେତା ଭାବେ କାମ କରୁଛନ୍ତି । ସେ ସଲମାନ ଖାନଙ୍କ ଭଉଣୀ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

Get real time updates directly on you device, subscribe now.