fbpx

ଅଜିତଙ୍କ ନିଷ୍ପତ୍ତି ବ୍ୟକ୍ତିଗତ ଥିଲା, ଏନସିପିର ନୁହେଁ: ଶରଦ ପାୱାର

ମହାରାଷ୍ଟ୍ର,୨୩ା୧୧: ଆଜି ମହାରାଷ୍ଟ୍ରରେ ମହାନାଟକର ପୂର୍ଣ୍ଣଛେଦ ପଡ଼ିଛି । ସେଠାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେବେନ୍ଦ୍ର ପଡ଼ନଭିସ । ଏହାସହ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅଜିତ ପାୱାର । ବିଜେପିକୁ ଏନସିପି ନେତା ଅଜିତ ପାୱାର ସମର୍ଥନ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଏନସିପି ମୁଖ୍ୟ ଶଦର ପାୱାର କହିଛନ୍ତି ଅଜିତ ପାୱାରଙ୍କ ଏହା ବ୍ୟକ୍ତିଗତ ନିଷ୍ପତ୍ତି ଥିଲା ଏନସିପିର ନୁହେଁ । ବିଜେପି ସରକାରରେ ଏନସିପି ସାମିଲ ହେବା ନେଇ କୌଣସି ସୂଚନା ନଥିଲା । ଆଜି ସକାଳ ୭ଟାରେ ମୋତେ ଏନେଇ ସୂଚନା ମିଳିଥିଲା । ତେଣୁ ଏନେଇ କିଛି ସମୟ ପରେ ଏକ ସାମ୍ବାଦିକ ସମ୍ମିଳନୀ ରଖିଛନ୍ତି ଶରଦ ପାୱାର ।

Get real time updates directly on you device, subscribe now.