fbpx

ପାକ୍ କ୍ରିକେଟର କାମରାନ ଅକମଲ ଘର ସାମ୍ନାରୁ ଛେଳି ଚୋରି କଲେ ଦୁର୍ବୃତ୍ତ, ଅଭିଯୋଗ କଲେ ପିତା

AAKASH

ଲାହୋର: ଏବେ ପାକିସ୍ତାନରୁ ଅଜବଗଜବ ଖବର ଶୁଣିବାକୁ ମିଳୁଛି । କିଛିଦିନ ପୂର୍ବରୁ ଖବର ଆସିଥିଲା କି ଏଠାରେ ଗଧଙ୍କ ସଂଖ୍ୟା ୫୭ଲକ୍ଷକୁ ପହଞ୍ଚିଛି । ଏବେ ପୁଣି ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଖବରନୁଯାୟୀ ଏଠାରେ ଛେଳି ସୁରକ୍ଷିତ ନାହାନ୍ତି । ଅର୍ଥାତ ଛେଳିଙ୍କୁ ଏଠାରେ ବହୁଳମାତ୍ରାରେ ଚୋରି କରାଯାଉଛି ।

ସୂଚନା ମିଳିଛି କି ପାକିସ୍ତାନୀ କ୍ରିକେଟର କାମରାନ ଅକମଲ ବକ୍‌ରିଦ୍‌ ପାଇଁ ଯେଉଁ ଛେଳି କିଣିଥିଲେ ତାହା ଚୋରି ହୋଇଯାଇଛି । ସେ ୧ଲକ୍ଷ ଟଙ୍କା ଦେଇ ଉକ୍ତ ଛେଳିଟିକୁ ବକ୍‌ରିଦ୍‌ରେ ବଳି ଦେବା ପାଇଁ କିଣିଥିଲେ । ଜୁଲାଇ ୧୦ର ପୂର୍ବଦିନ ଅର୍ଥାତ ବକରିଦ୍‌ର ପୂର୍ବଦିନ ତାଙ୍କର ଏହି ଛେଳି ଚୋରି ଘଟଣା ସାମ୍ନାକୁ ଆସିଥିଲା । ଲାହୋରରେ ତାଙ୍କ ସୋସାଇଟି ସମ୍ମୁଖରେ ଛେଳିଟି ବନ୍ଧାଯାଇଥିବା ବେଳେ ୪ଜଣ ଚୋର ତାହାକୁ ଚୋରାଇ ନେଇଥିବା ଜଣାଯାଇଛି । କାମରାନ୍‌ଙ୍କ ପିତା କହିଛନ୍ତି କି ଚଳିତବର୍ଷ ବକ୍‌ରିଦ୍‌ ପାଇଁ ସେ ୬ଟି ଛେଳି ବଳି ଚଢ଼ାଇଥାନ୍ତେ । କିନ୍ତୁ ୪ଜଣ ଚୋର ତା’ ମଧ୍ୟରୁ ସବୁଠୁ ଭଲ ଛେଳି ଦେଖି ଚୋରି କରିନେଇଥିଲେ ।

Get real time updates directly on you device, subscribe now.