fbpx

ଜେଲ ଗଲେ ଆକାଶ, କ’ଣ ରହିଛି ତାଙ୍କର ପ୍ରତିକ୍ରିୟା ଜାଣନ୍ତୁ

Advertisement

ଭୁବନେଶ୍ୱର, ୨୧ା୧୨ (ଓଡିଶା ଭାସ୍କର): ଠକେଇ ମାମଲାରେ ଗିରଫ ହୋଇଥିବା ଆକାଶ ପାଠକଙ୍କୁ କିଛିଦିନ ପୂର୍ବରୁ କମିଶନରେଟ ପୋଲିସ ୪ ଦିନିଆ ରିମାଣ୍ଡରେ ନେଇଥିଲା । ତେବେ ଆଜି ଆକାଶଙ୍କ ରିମାଣ୍ଡ ଅବଧି ସମାପ୍ତ ହୋଇଯାଇଛି । ତେଣୁ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି ।

ଆକାଶଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ କମିଶନରେଟ ପୋଲିସ ଆକାଶକୁ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର କରିଥିଲା । ପରେ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି ।

ଆକାଶ ନିଜକୁ ଟାଟା ମୋଟର୍ସର ଏମଡି ପରିଚୟ ଦେଇ ସ୍କାଏକିଙ୍ଗ ଟ୍ରାଭେଲସ ଏଜେନ୍ସିରୁ ଚାର୍ଟର ବିମାନ ବୁକିଂ କରୁଥିଲେ । ବିମାନ ଭଡ଼ା କିଛି ଦେଇ ଆଉ କିଛି ବକେୟା ରଖିଥିଲେ । ଅର୍ଥ ଫେରସ୍ତ ପାଇଁ ମାଗିବାରୁ ଆକାଶ ଧମକ ଚମକ ଦେଉଥିବା ସ୍କାଏକିଙ୍ଗ ତରଫରୁ ଅଭିଯୋଗ କରାଯାଇଥିଲା ।

ତେବେ ରିମାଣ୍ଡ ସମୟରେ କମିଶନରେଟ ପୋଲିସ ଆକାଶଙ୍କୁ ଜେରା କରିଥିଲା । ଜେରାରେ ପୋଲିସ ଆଗରେ କିଛି ସ୍ୱୀକାର କରିନଥିବା ଆକାଶ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Get real time updates directly on you device, subscribe now.