fbpx

ରେଜଲ୍ଟ ପୂର୍ବରୁ CBSEର ଏହି ମେମେ ହେଉଛି ଭାଇରାଲ୍…

ଓଡ଼ିଶା ଭାସ୍କର ବ୍ୟୁରୋ: ଆଉ କିଛି ସମୟ ପରେ ବାହାରିବ CBSE ରେଜଲ୍ଟ । ଶୁକ୍ରବାର ଅପରାହ୍ଣ ୨ଟାରେ ଫଳ ପ୍ରକାଶ ପାଇବା ନେଇ ସ୍ଥିର ହୋଇଛି । ତେବେ ଏହା ପୂର୍ବରୁ CBSE ବୋର୍ଡ ପକ୍ଷରୁ ପୋଷ୍ଟ୍ ହୋଇଥିବା ଏକ ମେମେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

ଦୁନିଆରେ କିଛି ବଡ଼ ଘଟଣା ହେବ ଆଉ ତାହା ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେବନି, ଏହା ତ ସମ୍ଭବ ନୁହେଁ । ଆଜି CBSE ଦ୍ୱାଦଶ ପରୀକ୍ଷା ଦେଇଥିବା ପିଲାମାନଙ୍କ ହୃଦସ୍ପନ୍ଦନ ବଢ଼ିବାରେ ଲାଗିଛି । କାରଣ ପ୍ରକାଶ ପାଇବ ଫଳାଫଳ । ରେଜଲ୍ଟ ନାଁ ଶୁଣିବା କ୍ଷଣି ପିଲାଙ୍କ ଚେହେରା କିଛି ଅଲଗା ପ୍ରକାର ଦେଖାଯାଏ । ଚିନ୍ତା ବଢ଼ିଯାଏ; ସବୁରି ଗୋଟିଏ ଭାବନା- କଣ ହେବ? ତେବେ ପିଲାମାନେ ଭଲ ନମ୍ବର ରହିଥାଉ ଓ ରେଜଲ୍ଟ ଭଲ ହୋଇଥାଉ ବୋଲି ଭଗବାନଙ୍କୁ ପାର୍ଥନା କରିବା ମଧ୍ୟ ଦେଖାଯାଏ । ଏହି କ୍ରମରେ ସୋସିଆଲ୍ ମିଡିଆରେ ଘୂରି ବୁଲୁଥିବା ଏକ ମେମେ ଖୁବ୍ କମ୍ ସମୟ ମଧ୍ୟରେ ଟପ୍ ଟ୍ରେଣ୍ଡିଂକୁ ଆସିଯାଇଛି ।

ଉକ୍ତ ମେମେକୁ CBSE ନିଜ ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡେଲ୍ରେ ପୋଷ୍ଟ୍ କରିଛି । ଯେଉଁଥିରେ ଏକ ପୁରୁଣା ଚଳଚ୍ଚିତ୍ରର ଫଟୋ ରହିଛି । ଅଭିନେତା ଅମରୀଶ୍ ପୁରୀ ଆଉ ଅଭିନେତ୍ରୀ ଫରିଦା ଜଲାଲ୍ ହାତ ଯୋଡ଼ି ଭଗବାନଙ୍କୁ ପାର୍ଥନା କରୁଥିବା ଦେଖାଯାଉଛି । ଆଉ ଫଟୋର ତଳେ ଲେଖା ଯାଇଛି ଯେ- ଆଖିର୍ ୱ ଦିନ୍ ଆ ହି ଗୟା

Get real time updates directly on you device, subscribe now.