fbpx

ଅଭିନେତା ଅକ୍ଷୟ କୁମାରଙ୍କ ମା’ଙ୍କର ଦେହାନ୍ତ, ଅଭିନେତା କହିଲେ – ‘ଆଜି ମୁଁ ଅସହ୍ୟ ଯନ୍ତ୍ରଣାରେ…’

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆଙ୍କ ମୃତ୍ୟୁ ହୋଇଛି । ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ଦୁଃଖଦ ଖବରର ସୂଚନା ଖୋଦ୍ ଅକ୍ଷୟ କୁମାର ସୋସିଆଲ ମିଡିଆ ଜରିଆରେ ପ୍ରଶଂସକମାନଙ୍କୁ ଜଣାଇଛନ୍ତି । କିଛି ଦିନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କ ମୁମ୍ବାଇର ହୀରାନନ୍ଦାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇ ଆଇସିୟୁରେ ରଖାଯାଇଥିଲା । ନିକଟରେ ମା’ଙ୍କୁ ଦେଖିବା ପାଇଁ ଲଣ୍ଡନରୁ ଭାରତ ଫେରିଆସିଥିଲେ ଅକ୍ଷୟ ।

ଅସୁସ୍ଥ ମା’ ଅରୁଣାଙ୍କ ପାଇଁ ଗୋଟିଏ ଦିନ ପୂର୍ବରୁ ପ୍ରାର୍ଥନା କରିବାକୁ ପ୍ରଶଂସକଙ୍କୁ ନିବେଦନ କରିଥିବା ବଲିଉଡ ଖେଳାଳି ଅକ୍ଷୟ କୁମାର ଦୁଃଖୀମନରେ ଏହି ଖବର ସୋସିଆଲ ମିଡିଆରେ ଦେଇଛନ୍ତି । ଅକ୍ଷୟ ନିଜ ପୋଷ୍ଟରେ ଲେଖିଛନ୍ତି, ସେ ମୋ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ । ଆଜି ଅସହନୀୟ ଯନ୍ତ୍ରଣା ହେଉଛି । ଆଜି ସକାଳେ ମୋ ମା’ ଦୁନିଆକୁ ଅଲବିଦା କହିଦେଲେ । ପୂର୍ବରୁ ବାପାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଏବେ ମା’ ବି ତାଙ୍କ ପାଖକୁ ଚାଲି ଯାଇଛନ୍ତି । ମୁଁ ଓ ମୋ ପରିବାର ଏବେ ଏକ କଷ୍ଟକର ସମୟ ଦେଇ ଗତି କରୁଥିବା ବେଳେ ଆପଣମାନଙ୍କ ପ୍ରାଥର୍ନା ପାଇଁ ବହୁତ ବହୁତ ଧନ୍ୟବାଦ ।

 

View this post on Instagram

 

A post shared by Akshay Kumar (@akshaykumar)

ତେବେ ଅକ୍ଷୟ କୁମାର ଗତ କିଛି ଧରି ନିଜର ଆଗାମୀ ଫିଲ୍ମ ‘ସିଣ୍ଡ୍ରେଲା’ର ଶୁଟିଂରେ ବ୍ୟସ୍ତ ଥିଲେ । ଦୀର୍ଘ ଦିନ ଧରି ଅରୁଣାଙ୍କ ଅବସ୍ଥା ଗୁରୁତର ଥିଲା ଓ ଏହି କାରଣରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରିବାରର ଅନୁରୋଧ କ୍ରମେ ଡାକ୍ତରଖାନା ଅରୁଣାଙ୍କ ଚିକିତ୍ସାର ବିବରଣୀ ଲୁଚାଇ ରଖାଯାଇଥିଲା । ଅକ୍ଷୟ ତାଙ୍କ ମା’ର ବହୁତ ନିକଟତର ଥିଲେ । ଏହି ଖବର ପାଇବା ମାତ୍ରେ ଅକ୍ଷୟ ଲଣ୍ଡନରୁ ମୁମ୍ବାଇ ଫେରିଥିଲେ । ଏଭଳି ଦୁଃଖଦ ସମୟରେ ପ୍ରଶଂସକ ଓ ବଲିଉଡ କଳାକାରମାନେ କମେଣ୍ଟ କରି ଅକ୍ଷୟଙ୍କୁ ସାନ୍ତ୍ୱନା ଦେଉଛନ୍ତି ।

Get real time updates directly on you device, subscribe now.