fbpx

ପୁଣି ଇଡିରେ ହାଜର ହେଲେ ଅକ୍ଷୟ ପରିଜା: ମିଡିଆ ଉପରେ ଖୁବ୍ ବର୍ଷିଲେ

ଭୁବନେଶ୍ୱର: ସିନେ ପ୍ରଯୋଜକ ଅକ୍ଷୟ ପରିଜା ଆଜି ପୁଣିଥରେ ଇଡି ଅଫିସରେ ହାଜର ହୋଇଛନ୍ତି । କ୍ରମାଗତ ଦ୍ୱିତୀୟ ଦିନ ପାଇଁ ସେ ଇଡିରେ ହାଜର ହୋଇଛନ୍ତି । ତେବେ ସେ ଇଡି ଅଫିସରେ ପହଞ୍ଚିବା ପରେ କିଛି ଗଣମାଧ୍ୟମ ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି କିଛି ଗଣମାଧ୍ୟମ ସଂସ୍ଥା ଦାୟୀତ୍ୱହୀନ ଭାବରେ ଖବର ପରିବେଷଣ କରୁଛନ୍ତି । ମୁଁ ପିଡିତ ଏଭଳି ମିଥ୍ୟା ଖବର ପରିବେଷଣ କରିବା ଠିକ୍ ନୁହେଁ । ତେବେ ସମସ୍ତଙ୍କୁ ମୁଁ କୋର୍ଟ ନେଇପାରେ ବୋଲି କହିଛନ୍ତି ଅକ୍ଷୟ ପରିଜା ।

ତେବେ ଇଡିରେ ପୂର୍ବରୁ ଶ୍ରଦ୍ଧାଞ୍ଜଳି ହାଜର ହୋଇଥିବା ବେଳେ ବର୍ତ୍ତମାନ ସିନେ ପ୍ରଯୋଜକ ଅକ୍ଷୟ ପରିଜା ମଧ୍ୟ ହାଜର ହୋଇଛନ୍ତି । ଉଭୟଙ୍କୁ ମୁହାମୁହିଁ ଜେରା କରିପାରେ ଇଡି । ଅର୍ଚ୍ଚନା ନାଗ ମାମଲାରେ ଉଭୟ ଅକ୍ଷୟ ପରିଜା ଏବଂ ଶ୍ରଦ୍ଧାଞ୍ଜଳିକୁ ଇଡି ସମନ ଜାରିକରିଥିଲା । ଏହାପରେ ଗତକାଲି ଅକ୍ଷୟ ପରିଜା ଇଡିରେ ହାଜର ହୋଇଥିଲେ । ଏଥିସହିତ ଆଜି ମଧ୍ୟ ସେ ପୁଣି ଥରେ ଇଡି ଅଫିସରେ ହାଜର ହୋଇଛନ୍ତି । ଯାହାକୁ ନେଇ ବର୍ତ୍ତମାନ ହନୀଟ୍ରାପ କୁଇନ ଅର୍ଚ୍ଚନାର ଅଡୁଆ ବଢିବାର ସାଗିଛି । ତେବେ ଉଭୟ ଶ୍ରଦ୍ଧାଞ୍ଜଳୀ ଏବଂ ଅକ୍ଷୟ ପରିଜାଙ୍କୁ ଜେରା ପରେ ଆହୁରି ଅନେକ କିଛି ରହସ୍ୟ ଉପରୁ ପରଦା ଉଠିବ ବୋଲି ବିଶ୍ୱାସ କରାଯାଉଛି

Get real time updates directly on you device, subscribe now.