fbpx

Twitter ଏବଂ Meta ପରେ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବ Google: ତିଆରି ହେଉଛି ଲିଷ୍ଟ୍

ନୂଆଦିଲ୍ଲୀ: ଟ୍ୱିଟର, ଫେସବୁକ୍ ଓ ଆମାଜନ ପରେ ଏବେ ଗୁଗୁଲ ମଧ୍ୟ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି । ବିଶ୍ୱବ୍ୟାପୀ ବିମୁଦ୍ରାକରଣ ହେତୁ ଅନେକ କମ୍ପାନୀ ବର୍ତ୍ତମାନ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଛଟେଇ କରିଛନ୍ତି । କର୍ମଚାରୀଙ୍କୁ ଛଟେଇ କରିବାରେ ବିଶ୍ୱର ଅଗ୍ରଣୀ କମ୍ପାନୀଗୁଡ଼ିକ ମଧ୍ୟ ସାମିଲ ରହିଛି ।

ଏକ ରିପୋର୍ଟ ଅନୁଯାୟୀ, ଗୁଗୁଲର ପ୍ୟାରେଣ୍ଟ୍ କମ୍ପାନୀ ଆଲଫାବେଟ୍ ମଧ୍ୟ ଅଣ-କାର୍ଯ୍ୟକ୍ଷମ କର୍ମଚାରୀ ଅର୍ଥାତ୍ ଖରାପ ପ୍ରଦର୍ଶନ କରୁଥିବା ଲୋକଙ୍କୁ ବାହାରର ବାଟ ଦେଖାଇବ । କମ୍ପାନୀ ପକ୍ଷରୁ ୧୦,୦୦୦ କର୍ମଚାରୀଙ୍କ ଲିଷ୍ଟ ପ୍ରସ୍ତୁତ କରାଯାଇଛି । ଗୁଗୁଲରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ଏହା ମାତ୍ର ୬ ପ୍ରତିଶତ ବୋଲି କୁହାଯାଉଛି ।

ତେବେ ଗୁଗୁଲ ଏହାର କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ଦେଖିବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟଦକ୍ଷତା ମୂଲ୍ୟାୟନ ବ୍ୟବସ୍ଥା ସୃଷ୍ଟି କରିଛି, ଯାହା ଅଧୀନରେ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ମାପ କରାଯିବ । ଏହି ବ୍ୟବସ୍ଥା ଆଧାରରେ କର୍ମଚାରୀଙ୍କୁ ବରଖାସ୍ତ କରାଯିବ ।

ଏହି ନୂତନ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ବ୍ୟବସ୍ଥା ନୂଆ ବର୍ଷ ଆରମ୍ଭ ସୁଦ୍ଧା କର୍ମଚାରୀଙ୍କ ମ୍ୟାନେଜରଙ୍କୁ ମିଳିଯିବ । ଏହା ପରେ ମ୍ୟାନେଜର ତାଙ୍କ ହିସାବରେ ରେଟିଂ ଦେଇ ଅଣ-ପ୍ରଦର୍ଶନ କର୍ମଚାରୀଙ୍କୁ ବାହାରର ବାଟ ଦେଖାଇଦେବେ । ଏହା ସହିତ ତାଙ୍କ ମ୍ୟାଜେନର ତାଙ୍କୁ ବୋନସ୍ ଏବଂ ଷ୍ଟକ୍ ଦେବାକୁ ମଧ୍ୟ ମନା କରିପାରନ୍ତି ।

Get real time updates directly on you device, subscribe now.