fbpx

ଅଖିଳେଶ ଯାଦବଙ୍କ ନୂଆ ଯୋଜନା, ନିର୍ବାଚନ ଜିତିବା ପାଇଁ ଏହି ଭୋଟର୍ସଙ୍କ ଉପରେ ଫୋକସ

ଉତ୍ତର ପ୍ରଦେଶ : ଆଗକୁ ହେବାକୁ ଯାଉଛି ମେନପୁରୀ ଲୋକସଭା ଉପନିର୍ବାଚନ । ଏହି ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟୀ ଏବଂ କଂଗ୍ରେସ ପ୍ରାର୍ଥୀ ଚୟନ କରିନାହନ୍ତି । ସେଥିପାଇଁ ସମାଜବାଦୀ ପାର୍ଟୀ ଏବଂ ଭାରତୀୟ ଜନତା ପାର୍ଟୀର ସିଧାସଳଖ ମୁହାଁମୁହିଁ ହେବେ । ବିଏସପି ଏବଂ କଂଗ୍ରେସର ପ୍ରାର୍ଥୀ ମଇଦାନରେ ସାମିଲ ନ ହୋଇଥିବାରୁ ଦଳିତ ଭୋଟର୍ସ ମାନେ ନିର୍ଣ୍ଣାୟକ ଭୁମିକା ଗ୍ରହଣ କରିବେ । ଏହି କାରଣରୁ ସମାଜବାଦୀ ପାର୍ଟୀ ପ୍ରମୁଖ ଅଖିଳେଶ ଯାଦବ ଦଳିତ ମତଦାତାଙ୍କ ଉପରେ ନଜର ରଖିଛନ୍ତି ।

ମେନପୁରୀ ଲୋକସଭା ଉପନିର୍ବାଚନ ପାଇଁ ଅଖିଳେଶ ଯାଦବ ଦଳିତ ଭୋଟର୍ସ ମାନଙ୍କୁ ଫୋକସରେ ରଖିଛନ୍ତି । ସେଥିପାଇଁ ସେ ବିଧାନସବା କ୍ଷେତ୍ରର ଜଣେ ମହିଳା ରାଜକୁମାରୀ ରାୱାଲଙ୍କ ହାତରେ ସମାଜବାଦୀ ପାର୍ଟୀ କାର୍ଯ୍ୟାଳୟର ଉଦଘାଟନ କରାଇଛନ୍ତି । ରାଜକୁମାରୀ ଅନୁସୂଚୀତ ଜାତି ସମୁଦାୟରୁ ଆସିଛନ୍ତି । ଏବଂ କୁହାଯାଉଛି ଯେ, ଅଖିଳେଶ ଦଳିତ ଭୋଟର୍ସ ମାନଙ୍କୁ ନେଇ ଗେମ ପ୍ଲାନ କରିଛନ୍ତି ।

ସମାଜବାଦୀ ପାର୍ଟୀର କାର୍ଯ୍ୟାଳୟ ଉଦଘାଟନ କରିଥିବା ରାଜକୁମାରୀ ରାୱାଲ, ସେହି ଅଂଚଳ ଗୁଡିକରେ ବହୁ ପ୍ରଖ୍ୟାତ ନାମ ଅର୍ଜନ କରିଛନ୍ତି । ସେ ସମାଜବାଦୀ ପାର୍ଟୀ ବିରୋଧରେ ୨ଥର ଲଢିଛନ୍ତି ମଧ୍ୟ । ରାଜକୁମାରୀ କରହଳ ନଗର ପଂଚାୟତ ନିର୍ବାଚନର ଚେୟାରମ୍ୟାନ ପଦ ପାଇଁ ସମାଜବାଦୀ ପାର୍ଟୀ ବିରୋଧରେ ଲଢିଥିଲେ । ହେଲେ ସେ ଗୋଟେ ମଧ୍ୟ ନିର୍ବାଚନ ଜିତି ପାରିନଥିଲେ । ବର୍ତ୍ତମାନ ତାଙ୍କ ଝିଅ ପଂଚାୟତର ସଭାପତି ଅଛନ୍ତି ।
ରାଜନୈତିକ ବିଶ୍ଲେଷଣକାରୀଙ୍କ କହିବା କଥା ହେଲା, ଅଖିଳେଶ ସମାଜବାଦୀ ପାର୍ଟୀ କାର୍ଯ୍ୟାଳୟର ଉଦଘାଟନ ରାଜକୁମାରୀଙ୍କ ଦ୍ୱାରା କରାଇ ଦଳିତ ଲୋକ ମାନଙ୍କୁ ନିଜ ଅକ୍ତିଆର କରିବାକୁ ଚାହୁଁଛନ୍ତି । ବହୁଜନ ସମାଜ ପାର୍ଟୀ କେବେହେଲେ ମେନପୁରୀ ସିଟରେ ଜିତି ନାହିଁ । ହେଲେ ତାର ସମୁଦାୟ ଭୋଟ ହେଉଛି ୧୬ପ୍ରତିଶତ ।

କହିବାକୁ ଗଲେ ମେନପୁରୀରେ ହାରାହାରି ୨ଲକ୍ଷ ଦଳିତ ଭୋଟର୍ସ ଅଛନ୍ତି । ଯେଉଁଥିରୁ ୧.୨ ଲକ୍ଷ ଜାଟବ ମତଦାତା ଅଛନ୍ତି । ଏହାଛଡା ୬୦ହଜାର ମତଦାତା କାଟାରିଆ ସମାଜରେ ଅଛନ୍ତି ଏବଂ ଅନ୍ୟ ଦଳିତ ୨୦ ହଜାର ଅଛନ୍ତି । ବିଏସପି ଦଳ ନିର୍ବାଚନ ମଇଦାନରେ ନଥିବା ବେଳେ ସମାଜବାଦୀ ପାର୍ଟୀ ଏହି ଲୋକ ମାନଙ୍କୁ ନିଜ ଆଡକୁ ଆକର୍ଶିତ କରୁଛି । ଏହାପରେ ବିଜେପି ମଧ୍ୟ ଏହି ଲୋକମାନଙ୍କୁ ନେଇ ସକ୍ରିୟ ହୋଇସାରିଛି ।
ଅଖିଳେଶ ଯାଦବ ସାମଜବାଦୀ ପାର୍ଟିର ପିତା ମୁଲାୟମ ସିଂହ ଯାଦବଙ୍କ ପାର୍ଟୀକୁ ବଂଚାଇବା ପାଇଁ ଲାଗିପଡ଼ିଛନ୍ତି । ସେଥିପାଇଁ ସେ ମେନପୁରୀ ଉପନିର୍ବାଚନ ପାଇଁ ନିଜ ପତ୍ନୀ ଡିମ୍ପଲ ଯାଦବଙ୍କୁ ମଇଦାନକୁ ଆଣିଛନ୍ତି । ଯାହାର ସିଧା ମୁକାବୁଲା ଭାରତୀୟ ଜନତା ପାର୍ଟୀର ରଘୁରାଜ ସିଂହ ଶାକ୍ୟଙ୍କ ସହ ହେବ ।

Get real time updates directly on you device, subscribe now.