fbpx

ଜନ ଧନ ଆକାଉଣ୍ଟଧାରୀଙ୍କୁ ସରକାର ଦେଉଛନ୍ତି ୧୦ ହଜାର ଟଙ୍କା: ତୁରନ୍ତ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅଧୀନରେ ପ୍ରାୟ ୪୭ କୋଟି ଲୋକ ନିଜର ଆକାଉଣ୍ଟ ଖୋଲିଛନ୍ତି, କିନ୍ତୁ କୋଟି କୋଟି ଲୋକଙ୍କୁ ଏହି ଆକାଉଣ୍ଟ ମାଧ୍ୟରେ ମିଳୁଥିବା ଯୋଜନା ବିଷୟରେ ଜାଣିନାହାନ୍ତି । ଜନ ଧନ ଆକାଉଣ୍ଟଧାରୀଙ୍କୁ ୧୦ ହଜାର ଟଙ୍କା ଯୋଗାଉଛନ୍ତି ସରକାର, କିନ୍ତୁ ଏଥିପାଇଁ ଆପଣଙ୍କୁ ନିଜ ବ୍ରାଞ୍ଚଳରେ ଆବେଦନ କରିବାକୁ ପଡ଼ିବ । ଏହା ବ୍ୟତୀତ ଏହି ଆକାଉଣ୍ଟର ଅନେକ ଫାଇଦା ରହିଛି, ଯେପରିକି ଏହି ଆକାଉଣ୍ଟରେ ୧ ଲକ୍ଷ ୩୦ ହଜାର ଟଙ୍କା ବୀମା ଉପଲବ୍ଧ । ଯଦି ଆପଣ ମଧ୍ୟ ଏହି ଯୋଜନାଗୁଡିକ ବିଷୟରେ ଜାଣି ନାହାଁନ୍ତି, ତେବେ ତୁରନ୍ତ ଜାଣନ୍ତୁ ଏବଂ ୧୦ ହଜାର ଟଙ୍କା ପାଇଁ ଆବେଦନ କରନ୍ତୁ ।

୧୦ ହଜାର ଟଙ୍କା ପାଇଁ ତୁରନ୍ତ ଆବେଦନ କରନ୍ତୁ :-
ତେବେ ଜନ ଧନ ଆକାଉଣ୍ଟରେ ଆକାଉଣ୍ଟଧାରୀଙ୍କୁ ଅନେକ ପ୍ରକାରର ସୁବିଧା ଦିଆଯାଏ । ପ୍ରଥମ ସୁବିଧା ହେଉଛି ଯେ ଆକାଉଣ୍ଟଧାରୀଙ୍କୁ ଏହି ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ବଜାୟ ରଖିବା ପାଇଁ ଚିନ୍ତା କରିବାକୁ ପଡିବ ନାହିଁ । ଏହା ବ୍ୟତୀତ ରୁପେ ଡେବିଟ୍ କାର୍ଡ ଦିଆଯାଏ । ଯଦି ଆପଣ ଚାହାଁନ୍ତି, ତେବେ ଆପଣ ବ୍ୟାଙ୍କରେ ଆବେଦନ କରି ଏହି ଆକାଉଣ୍ଟରେ ୧୦,୦୦୦ ଟଙ୍କାର ଓଭରଡ୍ରାଫ୍ଟ ନେଇପାରିବେ । ଏଥିପାଇଁ ଆପଣଙ୍କୁ ଆପଣଙ୍କର ବ୍ୟାଙ୍କର ବ୍ରଞ୍ଚ ସହ ସମ୍ପର୍କ କରିବାକୁ ପଡ଼ିବ ।

ଏହା ହେଉଛି ୧ ଲକ୍ଷ ୩୦ ହଜାର ଟଙ୍କାର ସମ୍ପୂର୍ଣ୍ଣ ଗଣିତ :-
ଜନ ଧନ ଆକାଉଣ୍ଟଧାରୀଙ୍କୁ ସରକାର ଅନେକ ସୁବିଧା ଯୋଗାଇ ଦେଇଛନ୍ତି, ଯେଉଁଥିରେ ଆକାଉଣ୍ଟଧାରୀଙ୍କୁ ୧ ଲକ୍ଷ ଟଙ୍କା ଦୁର୍ଘଟଣା ବୀମା ପ୍ରଦାନ କରାଯାଉଛି । ଏହା ବ୍ୟତୀତ ୩୦ ହଜାର ଟଙ୍କା ଜୀବନ ବୀମା କଭର ମଧ୍ୟ ପ୍ରଦାନ କରାଯାଉଛି । ଯଦି କୌଣସି ଆକାଉଣ୍ଟଧାରୀ ଦୁର୍ଘଟଣାରେ ମୃତ୍ୟୁ ବରଣ କରନ୍ତି, ତେବେ ସେହି ଆକାଉଣ୍ଟଧାରୀଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ବୀମା କଭର ଦିଆଯିବ । ସେହିପରି ଯଦି ସାଧାରଣ ପରିସ୍ଥିତିରେ ମୃତ୍ୟୁ ଘଟେ, ତେବେ ୩୦,୦୦୦ ଟଙ୍କା ବୀମା କଭର ରାଶି ଦିଆଯାଏ ।

ଜନ ଧନ ଖାତା କିପରି ଖୋଲିବେ ?
ଯଦି ଆପଣ ମଧ୍ୟ ଏହି ଯୋଜନାଗୁଡିକର ଲାଭ ଉଠାଇବାକୁ ଚାହାଁନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ କୌ ଣସି ଜନ ଧନ ଖାତା ଖୋଲି ନାହାଁନ୍ତି, ତେବେ ଆପଣ ଏବେବି ଏହି ଖାତା ଖୋଲିପାରିବେ । ଏଥିପାଇଁ ଆପଣଙ୍କ ପାଖରେ ଆଧାର କାର୍ଡ ଏବଂ ପାନ୍ କାର୍ଡ ଥିବା ଆବଶ୍ୟକ ।

Get real time updates directly on you device, subscribe now.