fbpx
BJD
BJD SKY
BJD SKY

ଅକ୍ଷୟ କୁମାର କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ, ୪ା୪: ବଲିଉଡ୍ ଅଭିନେତା ଅକ୍ଷୟ କୁମାର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଅକ୍ଷୟ ବର୍ତ୍ତମାନ ହୋମ୍ କ୍ୱାରେଣ୍ଟାଇନରେ ରହିବା ସହ ଆବଶ୍ୟକ ଅନୁଯାୟୀ ତାଙ୍କର ମେଡିକାଲ ପରୀକ୍ଷା ଚାଲିଛି । ଆଜି ସକାଳୁ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଏନେଇ ଅକ୍ଷୟ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅକ୍ଷୟ ବଲିଉଡର ବ୍ୟସ୍ତ ତାରକାଙ୍କ ମଧ୍ୟରୁ ଜଣେ । ୨୦୨୦ ମସିହାରେ ଲକଡାଉନ ହଟିବା ପରଠାରୁ ସେ ଲଗାତାର ସୁଟିଂ ଜାରି ରଖିଥିଲେ । ତେବେ ସମସ୍ତ କୋଭିଡ ନିୟମକୁ ମାନିବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ କରୋନା ଟେଷ୍ଟ କରାଇବାକୁ ଅନୁରୋଧ କରିଛନ୍ତି । ପୂର୍ବରୁ ବହୁ ରାଜନେତା, କ୍ରୀଡ଼ାବିତ ଓ ଅଭିନେତା କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

 

Get real time updates directly on you device, subscribe now.