fbpx
BJD SKY
BJD SKY

ଐଶ୍ୱର୍ଯ୍ୟା ରାୟଙ୍କ ସୁନ୍ଦରତାରେ ପାଗଳ ଥିଲେ ଅକ୍ଷୟ ଖନ୍ନା

BJD

ମୁମ୍ବାଇ : ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନିଜ ସୁନ୍ଦରତା କାରଣରୁ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଗୋଟିଏ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ତାଙ୍କ ଲୁକ୍ ରେ ଲକ୍ଷ ଲକ୍ଷ ଫ୍ୟାନ୍ସ ପାଗଳ ହୋଇଛନ୍ତି । ତେବେ ଆପଣ ଜାଣିଛନ୍ତି କି ବଲିଉଡ୍ ଅଭିନେତା ମାନେ ମଧ୍ୟ ତାଙ୍କ ସୁନ୍ଦରତାର ପ୍ରଶଂସା କରନ୍ତି । ସେମାନେ ଏହାକୁ କନଫେସ୍ ମଧ୍ୟ କରିଛନ୍ତି । ଏହି କ୍ରମରେ ବୋଧ ହୁଏ ପ୍ରଥମରେ ରହିଛନ୍ତି ଅକ୍ଷୟ ଖନ୍ନା । ଏମିତି କହିବାର କାରଣ ହେଲା; ଥରେ ସେ ନିଜେ ଏହାକୁ କନଫେସ୍ କରି କହିଥିଲେ ଯେ, ଐଶ୍ୱର୍ଯ୍ୟା ରାୟ ବଲିଉଡ୍ ର ସବୁଠାରୁ ସେକ୍ସି ଅଭିନେତ୍ରୀ ।

ତେବେ ଐଶ୍ୱର୍ଯ୍ୟା ରାୟ ଏବଂ ଅକ୍ଷୟ ଖନ୍ନା ପୂର୍ବରୁ ଦୁଇଟି ଫିଲ୍ମରେ କାମ କରି ସାରିଛନ୍ତି । ୨୦୧୭ରେ ଆସିଥିବା ଫିଲ୍ମ ‘ଇତଫାକ୍’ ର ପ୍ରୋମୋଶନ୍ ବେଳେ ଅକ୍ଷୟ ଏକ ଟକ୍ ଶୋ’ରେ ଯୋଗ ଦେଇଥିଲେ । ସେଥିରେ ତାଙ୍କ ସହ ଥିଲେ ସିଦ୍ଧାର୍ଥ ମାଲୋହୋତ୍ରା ଏବଂ ସୋନାକ୍ଷୀ ସିନ୍ହା । ଆଉ ଉକ୍ତ ଶୋ’ର ହୋଷ୍ଟ ଥିଲେ କରନ୍ ଜୋହର୍ । ସେହି ସମୟରେ କରନ୍ ଗୋଟିଏ ପ୍ରଶ୍ନ ପଚାରିଥିଲେ ଯେ, ବର୍ତ୍ତମାନ ସମୟରେ ବଲିଉଡରେ ସବୁଠାରୁ ସେକ୍ସି ଝିଅ କିଏ ? ଏହାର ଉତ୍ତର ଦେବାକୁ ଯାଇ ଅକ୍ଷୟ ଖନ୍ନା କହିଥିଲେ ଯେ, ଐଶ୍ୱର୍ଯ୍ୟା ।

ସେ ଆହୁରି ମଧ୍ୟ କହିଥିଲେ ଯେ, “ମୁଁ ତାଙ୍କୁ ଯେତେବେଳେ ବି ଦେଖା କରେ ତାଙ୍କ ଉପରୁ ମୋର ଆଖି ହଟାଇପାରେନି । ଏହା ନିଶ୍ଚୟ ଭାବେ ଗୋଟିଏ ପୁଅ ପାଇଁ ଲଜ୍ଜାଜନକ ହୋଇ ପାରେ । ଐଶ୍ୱର୍ଯ୍ୟା ନିଶ୍ଚୟ ଆଗରୁ ଏପରି ମୁହୁର୍ତ୍ତ ଦେଇ ଗତି କରି ଥିବେ । କିନ୍ତୁ ମୁଁ ମୋ ଆଖି ତାଙ୍କ ଉପରୁ ହଟାଇ ପାରୁନଥିଲି । ପାଗଳ ପରି ଚାହିଁ ରହିଥିଲି” । ଏହା କହିବା ପରେ ସୋନାକ୍ଷୀ ମଧ୍ୟ କହିଥିଲେ ଯେ, “ସତରେ ମୁଁ ବି ତାଙ୍କ ଉପରୁ ଆଖି ହଟାଇ ପାରେନି । ସେ ଖୁବ୍ ସୁନ୍ଦର” ।

Get real time updates directly on you device, subscribe now.