fbpx

ସାଥୀ ହୋଇ ଆସିଥିଲେ ସାଥୀ ହୋଇ ଚାଲିଗଲେ: କରୋନା ନେଲା ଯାଆଁଳା ଭାଇଙ୍କ ଜୀବନ

ନୂଆଦିଲ୍ଲୀ, ୧୮ା୫: ଦେଶରେ ଗୋଟିଏ ପଟେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଅନ୍ୟପଟେ ଏହି ମହାମାରୀ ପାଇଁ ଅନେକ ପରିବାର ସର୍ବସ୍ୱାନ୍ତ ହୋଇଯାଉଛନ୍ତି । ଉତ୍ତରପ୍ରଦେଶର ମେରଟରେ କରୋନାର ହିଂସାତ୍ମକ ରୂପ ଦେଖିବାକୁ ମିଳିଛି । ସାଥୀ ହୋଇ ଭୂପୃଷ୍ଠରେ ପାଦ ଦେଇଥିବା ଯାଆଁଳା ଭାଇଙ୍କ ଜୀବନ ପ୍ରଦୀପ ଏକସଙ୍ଗେ ଲିଭିଯାଇଛି ।

ସୂଚନା ଅନୁଯାୟୀ, ମେରଟରେ ରହୁଥିବା ଗ୍ରେଗରୀ ରେମଣ୍ଡ ରାଫେଲଙ୍କ ଦୁଇ ଯାଆଁଳା ପୁଅ ଇଞ୍ଜିନିୟର ଥିଲେ । ଗତ ମାସ ୨୩ ତାରିଖରେ ଦୁଇଭାଇ ନିଜର ୨୪ତମ ଜନ୍ମଦିବସ ପାଳନ କରିଥିଲେ । ତେବେ ଏହା ସେମାନଙ୍କର ଶେଷ ଜନ୍ମ ଉତ୍ସବ ଥିଲା ବୋଲି ଦୁଇଭାଇ ଜାଣିନଥିଲେ । ଜନ୍ମଦିନର ପରଦିନ ଦୁଇଭାଇ କରୋନାରେ ଆକ୍ରାନ୍ତରେ ହୋଇଥିବା ବେଳେ ଏବେ ସେମାନଙ୍କର ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.