fbpx
BJD SKY
BJD SKY

IGI ବିମାନବନ୍ଦରରେ ବମ୍ ବ୍ଲାଷ୍ଟ୍ କରିବା ନେଇ ମିଳିଛି ଧମକ, ଅଲ କାଏଦା ଆତଙ୍କୀ ପୋଲିସକୁ ପଠାଇଲେ ଇମେଲ୍

BJD

ନୂଆଦିଲ୍ଲୀ: ଦିଲ୍ଲୀ ବିମାନ ବନ୍ଦରକୁ ବମରେ ଉଡ଼ାଇଦେବାକୁ ମିଳିଛି ଆତଙ୍କବାଦୀଙ୍କ ଧମକ । ପୋଲିସ ପାଖକୁ ଏପରି ଏକ ଧମକପୂର୍ଣ୍ଣ ଇମେଲ ଆସିବା ପରେ ପରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜିଆଇ) ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ଦ୍ୱିଗୁଣ କରିଦିଆଯାଇଛି । ଇମେଲରେ ଆତଙ୍କବାଦୀ ସଂଗଠନ ଅଲ କାଏଦା ଦ୍ୱାରା ବିମାନବନ୍ଦର ଉପରେ ଆଗାମୀ କିଛି ଦିନ ମଧ୍ୟରେ ଆକ୍ରମଣ କରିବା ନେଇ ଉଲ୍ଲେଖ କରାଯାଇଛି ।

ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଏହି ଇମେଲ୍ ଆସିଥିଲା । ଏଥିରେ ଲେଖାଯାଇଥିଲା, “କରନବିୀର ସୁରୀ ଓରଫ୍ ମହମ୍ମଦ୍ ଜଲାଲ୍ ଏବଂ ତାଙ୍କ ପତ୍ନୀ ଶୈଲୀ ଶାରା ଓରଫ୍ ହସୀନା ସିଙ୍ଗପୁରରୁ ଭାରତ ଆସୁଛନ୍ତି । ସେମାନେ ଏୟାରପୋର୍ଟରେ ୧ରୁ ୩ ଦିନ ମଧ୍ୟରେ ବମ୍ ରଖିବା ନେଇ ଷଡଯନ୍ତ୍ର କରୁଛନ୍ତି” । ଏହି ଧମକପୁର୍ଣ୍ଣ ଇମେଲ୍ ପାଇବା ପରଠାରୁ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ତେବେ ଯାଞ୍ଚ ପରେ ଏହି ଧମକ “ନିର୍ଦ୍ଦିଷ୍ଟ” ବୋଲି ଜଣାପଡିଛି । ବିମାନ ବନ୍ଦରରୁ ବମ୍ ଥ୍ରେସ୍ ଆସେସମେଣ୍ଟ କମିଟି (ବିଟିସି) ରଦ୍ଦ କରାଯାଇଥିଲା । ଏଥିସହ ଅତିରିକ୍ତ ସତର୍କ ସୂଚନା ଜାରି କରାଯାଇଛି ଆଇଜି ବିମାନ ବନ୍ଦରରେ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ବୋଲି ବିବୃତ୍ତିରେ କୁହାଯାଇଛି । ଏହି ଧମକପୂର୍ଣ୍ଣ ଇମେଲ୍ [email protected] ରୁ ଆସିଛି ।

Get real time updates directly on you device, subscribe now.