fbpx

ନିଜ ବ୍ୟାଗରେ ସର୍ବଦା ଦେଶର ମାଟି ରଖନ୍ତି ମୀରାବାଇ ଚାନୁ, ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା କଥା

ନୂଆଦିଲ୍ଲୀ: ଭାରତୀୟ ଭାରୋତ୍ତୋଳନ ଷ୍ଟାର୍ ମୀରାବାଇ ଚାନୁ ଆଜି ନିଜର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି । ୧୯୯୪ ଅଗଷ୍ଟ ୮ ତାରିଖରେ ଇମ୍ଫାଲ୍ ରେ ଜନ୍ମଗ୍ରହଣ କରିଥିବା ମୀରାବାଇ ଚାନୁଙ୍କ ଚଳିତ ବର୍ଷ ଜନ୍ମଦିନ ଖାସ୍ ଏବଂ ସ୍ମରଣୀୟ ରହିବ । ଟୋକିଓ ଅଲିମ୍ପିକ୍ ରେ ରୌପ୍ୟ ପଦକ ଜିତି ଇତିହାସ ରଚିଥିଲେ । ଅଲିମ୍ପିକ୍ ମେଡାଲ୍ ଜିତିଥିବା ଦ୍ୱିତୀୟ ଭାରତୀୟ ମହିଳା ଭାରୋତ୍ତୋନଳକାରୀ ହେଉଛନ୍ତି ମୀରାବାଇ ଚାନୁ ।

ଚାନୁଙ୍କ ସମ୍ପର୍କରେ ଖୁବ୍ କମ୍ ଲୋକ ଜାଣିଥିବେ । ସେ ନିଜର ବ୍ୟାଗ୍ ରେ ସେ ପ୍ରଥମେ ନିଜ ଦେଶର ମାଟି ରଖନ୍ତି । ତାପରେ ଯାଇ ଅନ୍ୟ କେଉଁ ଜିନିଷ ରଖନ୍ତି । ଏଥିରୁ ଦେଶ ପାଇଁ ତାଙ୍କର ସମ୍ମାନ ଏବଂ ଆଦରର ଉଦାହରଣ ମିଳୁଛି । ଖାଲି ସେତିକି ନୂହେଁ ବିଦେଶରେ ମଧ୍ୟ ନିଜ ଗାଁର ଭାତ ଖାଆନ୍ତି । ତେବେ ତାଙ୍କ ପାଇଁ ଅଲିମ୍ପିକ୍ ପର୍ଯ୍ୟନ୍ତ ଯାତ୍ରା ସଂଘର୍ଷପୂର୍ଣ୍ଣ ରହିଥିଲା ।

୨୦୦୬ ମସିହାରେ ଭାରୋତ୍ତୋଳନକାରୀ ହେବା ପାଇଁ ଏକାଡେମୀରେ ଆଡମିଶନ୍ କରାଇଥିଲେ । ଯାହା ତାଙ୍କ ଘରଠାରୁ ୨୦ କିମି ଦୂରରେ ରହିଥିଲା । ସେ ଟ୍ରକ୍ ଡାଇଭର୍ ମାନଙ୍କ ସହାୟତାରେ ଏକାଡେମୀ ଯିବା ଆସିବା କରୁଥିଲେ । ଯଦ୍ୱାରା ଗାଡ଼ି ଭଡ଼ା ବଞ୍ଚିଯିବ । ତେବେ ଅଲିମ୍ପିକ୍ ପଦକ ଜିତିବା ପରେ ସେ ଟ୍ରକ୍ ଡାଇଭର୍ ମାନଙ୍କୁ ମିଠା ଖାଇବାକୁ ଦେଇଥିଲେ ଏବଂ ଧନ୍ୟବାଦ ଜଣାଇଥିଲେ ।

ମୀରାବାଇଙ୍କର ୬ଜଣ ଭାଇଭଉଣୀ ରହିଛନ୍ତି । ସେ ଜଣେ ଗରିବ ପରିବାରର ହୋଇଥିବା ବେଳେ ତାଙ୍କ ବାପାଙ୍କ ପାଖରେ ୬ ଭାଇଭଉଣୀଙ୍କ ପାଳନପୋଷଣ କରିବା ସହଜ ନଥିଲା । ଏହାପରେ ବି ତାଙ୍କ ବାପା ଚାନୁଙ୍କ ସ୍ୱପ୍ନ ପୂରା କରିବା ପାଇଁ ଅନେକ ପରିଶ୍ରମ କରିଥିଲେ । ସେହିପରି ଚାନୁ ମଧ୍ୟ ତାଙ୍କ ସ୍ୱପ୍ନ ପୂରା କରିବାକୁ ଅନେକ ସଂଘର୍ଷ କରିଛନ୍ତି । ଆଉ ଆଜି ତାଙ୍କ ସ୍ୱପ୍ନ ପୂରା ହୋଇଛି ।

Get real time updates directly on you device, subscribe now.