fbpx

ପିଇବା ବ୍ୟତୀତ ଆଲକହଲରେ ରହିଛି ଆହୁରି ଅନେକ ଉପକାରିତା, ଆଜି ହିଁ ଜାଣିନିଅନ୍ତୁ ସେ ବିଷୟରେ

ସାଧାରଣତଃ ମଦ୍ୟପାନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି କୁହାଯାଏ, ତଥାପି ଅଧିକାଂଶ ଲୋକ ଏହାକୁ ନିୟମିତ ପାନ କରିଥାନ୍ତି । ଆପଣମାନେ କ’ଣ ଜାଣନ୍ତି କି ମଦକୁ ପିଇବା ବ୍ୟତୀତ ଆହୁରି ଅନେକ ଭଲ କାର୍ଯ୍ୟରେ ଉପଯୋଗ କରାଯାଇପାରେ । ଆସନ୍ତୁ ଜାଣିବା ଆଲକହଲର ଆଉ କିଛି ଉପକାରିତା ବିଷୟରେ:-

୧- ମଦ ଆମ ଶରୀରର ବହୁ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ । ମଦକୁ ଆପଣ ହାଣ୍ଡ ସାନିଟାଇଜର ଭାବେ ବ୍ୟବହାର କରିପାରିବେ । ଏହାକୁ ବ୍ୟବହାର କରିବା ପାଇଁ ପାଣିର ଆବଶ୍ୟକତା ପଡ଼ି ନଥାଏ । ମାତ୍ର ୩୦ ସେକେଣ୍ଡ ପର୍ଯ୍ୟନ୍ତ ଆଲକହଲକୁ ଘଷିବା ଦ୍ୱାରା ହାତର ସମସ୍ତ ବ୍ୟାକ୍ଟେରିଆ ମରିଯାଇଥାନ୍ତି ।

୨- ଆମ ଶରୀରର ହେଉଥିବା ଘା’କୁ ଆଲକହଲ ଠିକ କରିଦେଇଥାଏ, କାରଣ ଆଲକହଲ ଏକ ଭଲ ଆଣ୍ଟିସେପ୍ଟିକ ପରି କାର୍ଯ୍ୟ କରିଥାଏ । ଏହା ଜର୍ମମାନଙ୍କୁ ବହୁତ ଶୀଘ୍ର ବିନାଶ କରିଦେଇଥାଏ । ଘା ଉପରେ ଆଲକହଲ ଲଗାଇ ବ୍ୟାଣ୍ଡେଜ କରିବା ଦ୍ୱାରା ଘା ଶୀଘ୍ର ଶୁଖିଯାଇଥାଏ ।

୩- କୌଣସି ପୁରୁଣା ଦାଗକୁ ଦୂର କରିବା ପାଇଁ ଆଲକହଲକୁ ବ୍ୟବହାର କରାଯାଇଥାଏ । ସେଥିପାଇଁ ଟଏଲେଟ ସିଟକୁ ସଫା କରିବା ପାଇଁ ଆଲକହଲକୁ ବ୍ୟବହାର କରାଯାଇଥାଏ । ଇଞ୍ଜେକସନ ଦେବା ପୂର୍ବରୁ ଆଲକହଲ ଲଗାଇଲେ ଜୀବାଣୁ ମରିଯାଇଥାନ୍ତି, ଫଳରେ କୌଣସି ସଂକ୍ରମଣର ଆଶଙ୍କା ରହିନଥାଏ ।

୪- ଜୋତାର ଦୁର୍ଗନ୍ଧକୁ ଦୂର କରିବା ପାଇଁ ଆଲକହଲକୁ ବ୍ୟବହାର କରାଯାଇଥାଏ । ସ୍କ୍ରିନ ସମସ୍ୟା ଥିଲେ ଆଲକହଲରେ ନିୟମିତ ମୁହଁ ଧୋଇବା ଅଭ୍ୟାସ କରନ୍ତୁ । ଏଥିସହିତ ଏହା ଗଣ୍ଠି ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା, ଶୁଷ୍କ ଚର୍ମ ଆଦି ସମସ୍ୟାକୁ ଦୂର କରିଥାଏ ।

Get real time updates directly on you device, subscribe now.