fbpx

ଆମେରିକାରେ ପ୍ରଧାନମନ୍ତ୍ରୀ: କମଳାଙ୍କ ସହିତ ଏହି ସବୁ ପ୍ରସଙ୍ଗରେ ମୋଦୀ କଲେ ଆଲୋଚନା

ୱାଶିଂଟନ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଆମେରିକା ଗସ୍ତରେ ଯାଇଛନ୍ତି । ମୋଦୀଙ୍କର ଏହି ଦ୍ୱିପାକ୍ଷିକ ଆଲୋଚନାର ଦ୍ୱିତୀୟ ବୈଠକ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ଙ୍କ ସହିତ ହୋଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ, କୋଭିଡ୍-୧୯ ମହାମାରୀ ସମୟରେ ଆମେରିକାର ସହଯୋଗ ପାଇଁ ଭାବପୂର୍ଣ୍ଣ ଆଭାର ବ୍ୟକ୍ତ କରିଛନ୍ତି । ହ୍ୱାଇଡ୍ ହାଉସ୍ ରେ ପ୍ରଥମେ ଦୁହେଁ ଏକାନ୍ତରେ ବାର୍ତ୍ତାଳାପ କରିଥିଲେ । ଏହାପରେ ପ୍ରତିନିଧି ମଣ୍ଡଳୀୟ ସ୍ତରରେ ବୈଠକରେ ଯୋଗ ଦେଇଥିଲେ । ମୋଦୀ, କମଳା ହାରିସଙ୍କୁ ଭାରତ ଆସିବା ପାଇଁ ନିମନ୍ତ୍ରଣ ମଧ୍ୟ କରିଛନ୍ତି ।

ତେବେ ଉପରାଷ୍ଟ୍ରପତି କମଳା ହାରିସ୍ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଅନେକ ପ୍ରସଙ୍ଗକୁ ନେଇ ବିଚାର ବିମର୍ଷ ହୋଇଥିଲା । ଏହି କ୍ରମରେ ଆତଙ୍କବାଦକୁ ନେଇ ଆଲୋଚନା କରାଯାଇଥିଲା । କମଳା ହାରିସ୍ ସ୍ପଷ୍ଟ ରୁପେ କହିଥିଲେ ଯେ, ପାକିସ୍ତାନରେ ଅନେକ ଆତଙ୍କବାଦ ସଂଗଠନ ସକ୍ରିୟ ରହିଛନ୍ତି । ସେମାନେ ପାକିସ୍ତାନକୁ ସଫା ସଫା କହିଛନ୍ତି ଯେ, ସେମାନେ ଆତଙ୍କୀ ସଂଗଠନ ବିରୋଧରେ ଆକ୍ସନ୍ ନିଅନ୍ତୁ, ଯେପରି ଭାରତ ଓ ଆମେରିକାର ସୁରକ୍ଷା ଉପରେ କୌଣସି ପ୍ରକାର ପ୍ରଭାବ ପଡ଼ିବ ନାହିଁ ।

ବୈଠକ ପୂର୍ବରୁ ଦୁଇ ନେତା ମିଳିତ ଭାବରେ ମିଡିଆକୁ ସମ୍ବୋଧିତ କରିଥିଲେ । ଏହି ଆଧାରରେ ମୋଦୀ କୋଭିଡ୍ ମହାମାରୀ ସମୟରେ କମଳା ହାରିସ୍ ଙ୍କ ସହାୟତାକୁ ମନେ ପକାଇ କହିଥିଲେ, ଉପରାଷ୍ଟ୍ରପତି ହେବା ପରେ ଦୂହିଁଙ୍କ ମଧ୍ୟରେ ଅନେକ ଥର କଥାବାର୍ତ୍ତା ହୋଇଛି । ପ୍ରଥମରେ କରୋନା ମହାମାରୀ ସମୟରେ ଯେତବେଳେ ଭାରତ ସଙ୍କଟ ଦେଇ ଗତି କରୁଥିଲା । ସେ ସମୟରେ କମଳା ହାରିସ୍ ଏକଜୁଟ ହୋଇ କାମ କରିବାକୁ କହିଥିଲେ । ତେବେ ବର୍ତ୍ତମାନ ପଡୋଶୀ ଦେଶ ମାନଙ୍କରେ ସକ୍ରିୟ ଥିବା ଆତଙ୍କବାଦ ସମ୍ପର୍କରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଛି ।

ପିଏମ୍ ମୋଦୀଙ୍କ ସହିତ ଆମେରିକାକୁ ଯାଇଥିବା ବିଦେଶ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଳା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉପରାଷ୍ଟପ୍ରତି କମଳା ହାରିସ୍ ଙ୍କ ମଧ୍ୟରେ ଅନ୍ତରିକ୍ଷ ସହଯୋଗ, ସୂଚନା ପ୍ରଯୁକ୍ତିବିଦ୍ୟାରେ ଉନ୍ନତି, ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ ସହିତ ଅନେକ କ୍ଷେତ୍ରରେ ସହଭାଗିତା ସମ୍ପର୍କରେ ଆଲୋଚନା ହୋଇଥିଲା ।

Get real time updates directly on you device, subscribe now.