fbpx

ଏହି କାରଣରୁ ବାହାଘରର କିଛି ବର୍ଷ ପରେ ଲଭ୍ ଲାଇଫ୍ ହୋଇଯାଏ ବୋରିଂ

ରିଲେସନସିପରେ ସବୁକିଛି ପ୍ରଥମେ ପ୍ରଥମେ ଠିକ୍ ଚାଲିଥାଏ, କିନ୍ତୁ ସମୟ ବିତିବା ସହିତ ସମ୍ପର୍କରେ ଦୂରତା ଆସିଥାଏ । ଏପରି ଅନେକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ପ୍ରେମୀଯୁଗଳ କିଛି କାରଣ ଯୋଗୁଁ ଭବିଷ୍ୟତରେ ଅଲଗା ହେଉଛନ୍ତି । କିଛି ସମ୍ପର୍କ ଅନେକ ବର୍ଷ ଧରି ଚାଲିଥାଏ, କିନ୍ତୁ ସେମାନଙ୍କୁ ନିଜ ଜୀବନ ବୋରିଂ ଲାଗିଥାଏ । ତେବେ କିଛି ସମୟ ପରେ କାହିଁକି ଲୋକଙ୍କ ପ୍ରେମ ଜୀବନ ବୋରିଂ ଲାଗିଥାଏ, ଆସନ୍ତୁ ଜାଣିବା ଏହା ପଛର କାରଣ…

ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଏହାର କାରଣ ହେଉଛି ସାତ ବର୍ଷ ପରେ ହେଉଥିବା ଅସ୍ଥିରତା । ସାତ ବର୍ଷ ପରେ ହସଖୁସି କମିବା ଆରମ୍ଭ ହୁଏ ଓ ପ୍ରେମ ଜୀବନ ବୋରିଂ ହୋଇଯାଏ । ମହିଳାମାନଙ୍କ ଠାରେ ସମ୍ବନ୍ଧ ରଖିବାର ଇଛା ଧୀରେ ଧୀରେ କ୍ଷୀଣ ହେବାକୁ ଲାଗେ, ଯେଉଁ କାରଣରୁ ସେମାନଙ୍କ ସମ୍ପର୍କରେ ଦୂରତା ଆସେ ।

ଅନୁସନ୍ଧାନ ଅନୁଯାୟୀ ଯେଉଁ ମହିଳାମାନେ ସାତ ବର୍ଷରୁ ଅଧିକ ସମୟ ରିଲେସନସିପରେ ରୁହନ୍ତି, ସେମାନଙ୍କଠାରେ ସମ୍ପର୍କ ସ୍ଥାପନ କରିବାର ଇଚ୍ଛା ପୂର୍ବ ତୁଳନାରେ ୫୩ ପ୍ରତିଶତ କମିଯାଏ । କିନ୍ତୁ ଅଲଗା ରିଲେସନସିପ ବା ଏକାକୀ ରହୁଥିବା ମହିଳାଙ୍କଠାରେ ଏହି ଇଚ୍ଛା ଅଧିକ ମିଳିଥାଏ ।

Get real time updates directly on you device, subscribe now.