fbpx

ମଦ ପ୍ରେମୀଙ୍କ ପାଇଁ ଖୁସି ଖବର: ଶସ୍ତା ହେଲା ମଦ, ଅଧିକ ଦାମରେ ବିକିଲେ କଠୋର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଯେତେ ରେଟ୍ ବଢ଼ିଲେ ବି ଯୁବପୀଢ଼ିଙ୍କ ମଧ୍ୟରେ ମଦର ଚାହିଦା କମିବା ବଦଳରେ ବଢ଼ିବାରେ ଲାଗିଛି । ଅନେକ ସମୟରେ ଅନିୟମିତ ମଦ୍ୟପାନ କାରଣରୁ ଅନେକ ଲୋକ ମୃତ୍ୟୁବରଣ କରିବା ସହ ବହୁ ଦୁର୍ଘଟଣା ମଧ୍ୟ ଘଟିଥାଏ । ତେବେ ମଦ ଗ୍ରାହକଙ୍କ ପାଇଁ ସରକାରଙ୍କ ତରଫରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏହି ପଦକ୍ଷେପ ଫଳରେ ମଦର ପୂର୍ବାପେକ୍ଷା ଏଣିକି ଅଧିକ ଶସ୍ତାରେ ମିଳିବ ।

ସୂଚନା ମୁତାବକ, ଉତ୍ତରାଖଣ୍ଡ ସରକାର ପୁରୁଣା ଅବକାରୀ ନୀତିକୁ ଆଗକୁ ବଢ଼ାଇ ୨୦୨୩-୨୪ର ନୀତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ନୀତି ମାଧ୍ୟମରେ ରାଜ୍ୟରେ ଏବେ ବିଦେଶୀ ମଦ ୨୦ ଟଙ୍କା ଶସ୍ତାରେ ମିଳିବ । ରାଜ୍ୟରେ ଗୋବଂଶ ସଂରକ୍ଷଣ, ଖେଳକୁଦ ଓ ମହିଳାଙ୍କ କଲ୍ୟାଣ ପାଇଁ ପ୍ରତି ବୋତଲ ପିଛା ୧ ଟଙ୍କାର ସେସ୍ ଲାଗୁ କରିବାକୁ କ୍ୟାନିବେଟରେ ନିଷ୍ପତ୍ତି ନିଆଯାଇଛି ।

ତେବେ ଏପରି ଭାବେ ପ୍ରତି ବୋତଲରୁ ମୋଟ ୩ ଟଙ୍କାର ସେସ୍ ଆଦାୟ କରାଯିବ । ଅଧିକ ଦାମରେ ମଦ ବିକ୍ରି କରୁଥିବା ନେଇ ଖବର ମିଳିଲେ ଦୋକାନକୁ ସସପେଣ୍ଡ କରାଯିବ । ରାଜ୍ୟ କ୍ୟାବିନେଟରେ ୩ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏପରି ଭାବେ ମଦ ତସ୍କରୀ ଉପରେ କଟକଣା ଲାଗୁ କରାଯିବା ଫଳରେ ରାଜ୍ୟ ରାଜକୋଷକୁ ଅଧିକ ରାଜସ୍ୱ ଆସିବ । ୨୦୨୩-୨୪ ବର୍ଷ ପାଇଁ ଅବକାରୀ ରାଜସ୍ୱ ଲକ୍ଷ୍ୟ ୪ ହଜାର କୋଟି ରଖାଯାଇଛି ।

Get real time updates directly on you device, subscribe now.