fbpx

ଫାଷ୍ଟିଙ୍ଗ ସମୟରେ ସାମିଲ କରନ୍ତୁ ଏହି ସୁପରଫୁଡ, ଶରୀରରେ ରହିବ ନାହିଁ ଜଳୀୟଅଂଶର ଅଭାବ

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ରମଜାନ ଆରମ୍ଭ ହେବାକୁ ଯାଉଛି । ଏଥିରେ ମୁସଲିମ ସମ୍ପ୍ରଦାୟର ଲୋକ ମାନେ ରୋଜା ରଖନ୍ତି । ରୋଜରେ ସେମାନେ ଦିନ ତମାମ କିଛି ଭି ଖାଦ୍ୟ ଖାଆନ୍ତି ନାହିଁ, ଏଭଳି କି ପାଣି ମଧ୍ୟ ଗ୍ରହଣ କରନ୍ତି ନାହିଁ । ସନ୍ଧ୍ୟା ସମୟରେ ଚାନ୍ଦ ଦେଖିବା ପରେ ସେମାନେ ରୋଜା ଭାଙ୍ଗନ୍ତି। ତେବେ ଏହି ଭଳି ଗୋଟେ ମାସ ପର୍ଯ୍ୟନ୍ତ ଚାଲେ । ତେଣୁ ଏହି ସମୟରେ ଦିନ ତମାମ ଉପବାସ ରହିବ ଦ୍ୱାରା ଶରୀରକୁ ମଧ୍ୟ ପାଣି ଏବଂ ପ୍ରୋଟିନର ଅଭାବ ହେଇପାରେ । ସେଥିପାଇଁ ଏହି ସମୟରେ ତାଙ୍କୁ ସୁପର ଫୁଡ ଖାଇବା ଆବଶ୍ୟକ । ଯାହା ଦ୍ୱାରା ଶରୀରରେ ଜଳୀୟ ଅଂଶର ଅଭାବ ହେବ ନାହିଁ । ତେଣୁ ନିଜ ଖାଦ୍ୟରେ କିଛି ଏଭଳି ଫଳ ଆଉ ପନିପରିବା ରଖିବା ଆବଶ୍ୟକ ଯାହା ଆପଣଙ୍କ ଶରୀରରେ ପାଣିର ଅଭାବ ହେବା କୁ ଦେବ ନାହିଁ ।

ତେଣୁ ଆସନ୍ତୁ ଜାଣିବା ରାମଜାନ ସମୟରେ କେଉଁ ଖାଦ୍ୟ ଖାଇ ପାରିବେ:
କାକୁଡି: ଉପବାସ ସମୟରେ ଆପଣଙ୍କୁ ହାଇଡ୍ରେଟ୍ ରଖିବାରେ କାକୁଡି ସାହାଯ୍ୟ କରିବ। କାରଣ ସେଗୁଡ଼ିକରେ ୯୫ ପ୍ରତିଶତ ଜଳ ଥାଏ ।ଏହା ବ୍ୟତୀତ, ଏହି ପୁଷ୍ଟିକର ସମୃଦ୍ଧ ପନିପରିବା ଖାଇବା ଦ୍ୱାରା ଆପଣ ଭିଟାମିନ୍ ସି ଏବଂ ଭଲ ମାତ୍ରା ମଧ୍ୟ ପାଇବେ।

ଟମାଟୋ ଖାଆନ୍ତୁ : ଟମାଟୋରେ ୯୪ ପ୍ରତିଶତ ଜଳ ପରିମାଣ ଅଛି। ଉପବାସ ସମୟରେ ନିଜକୁ ହାଇଡ୍ରେଟ୍ ରଖିବା ପାଇଁ ଆପଣ ଟମାଟୋ ଖାଇପାରିବେ। ଏହା ବ୍ୟତୀତ ଟମାଟୋ ଆଣ୍ଟିଅକ୍ସିଡାଣ୍ଟ, ଏବଂ ଭିଟାମିନ୍ ସି ର ଉତ୍ତମ ଉତ୍ସ ଅଟେ ।

ଫୁଲକୋବି:ଫୁଲକୋବି ଏକ ହାଇଡ୍ରେଟିଂ ପନିପରିବା ପରି ଦେଖାଯାଏ ନାହିଁ । କିନ୍ତୁ, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଥିରେ ୯୨ ପ୍ରତିଶତ ଜଳ ଅଛି । ଏହା ବ୍ୟତୀତ ଫୁଲକୋବି ଫାଇବର, ଏବଂ ଭିଟାମିନ୍ ସି ର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ ।

ତରଭୁଜ :ତରଭୁଜ ହେଉଛି ସର୍ବୋତ୍ତମ ହାଇଡ୍ରେଟିଂ ଖାଦ୍ୟ । କାରଣ ତରଭୁଜରେ ୯୧ ପ୍ରତିଶତ ଜଳ ରହିଥାଏ । ଏହା ବ୍ୟତୀତ ତରଭୁଜ ଶରୀରକୁ ଭିଟାମିନ୍ B6, ପୋଟାସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଯୋଗାଇଥାଏ।

ଷ୍ଟ୍ରବେରି : ଷ୍ଟ୍ରବେରିରେ ୯୧ ପ୍ରତିଶତ ପର୍ଯ୍ୟନ୍ତ ଜଳ ମଧ୍ୟ ରହିଥାଏ। ଏଥର ରାମଜାନ ମାସ ଷ୍ଟ୍ରବେରି ଋତୁରେ ପଡୁଛି, ତେଣୁ ଆପଣ ସେଗୁଡିକୁ ଉପଭୋଗ କରିପାରିବେ । ଏହା ଡିହାଇଡ୍ରେସନ୍ ରୋକିବାରେ ସାହାଯ୍ୟ କରିବ। ଏହା ବ୍ୟତୀତ ଭିଟାମିନ୍ ସି, ପୋଟାସିୟମ୍, ଫାଇବର ମଧ୍ୟ ଷ୍ଟ୍ରବେରିରେ ପ୍ରଚୁର ପରିମାଣରେ ମିଳିଥାଏ ।

Get real time updates directly on you device, subscribe now.