fbpx

ନିଜ ଜୀବନସାଥିକୁ ଭାଲେଣ୍ଟାଇନ୍ସରେ ଭୁଲରେ ବି ଦିଅନ୍ତୁ ନାହିଁ ଏହସବୁ ଗିଫ୍ଟ; ନଚେତ୍ ଭାଙ୍ଗିଯାଇପାରେ ସମ୍ପର୍କ

ଆଉକିଛି ଦିନ ପେର ଆରମ୍ଭ ହେବ ପ୍ରେମର ସପ୍ତାହ, ଭାଲେଣ୍ଟାଇନ୍ସ ଡେ । ଯାହାକୁ ପାଳନ କରିବାକୁ ଭଲପାଉଥିହବା ଲୋକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ନିଜ ଜୀବନସାଥିକୁ ଖୁସି କରିବା ପାଇଁ ସେମାନେ ଅନେକ ଯୋଜନା ମଧ୍ୟ କରନ୍ତି । ଏଥିସହିତ ପରସ୍ପର ଉଭୟଙ୍କୁ କିଛି ଉପହାର ମଧ୍ୟ ଦିଅନ୍ତି । ତେବେ ଏହି ଉପହାର ଦେବା ସମୟରେ କିଛି ବ୍ୟକ୍ତି ଭୁଲ ଉପହାର ବାଛି ନିଅନ୍ତି । ଯାହାଫଳରେ ପରବର୍ତ୍ତି ସମୟରେ ଏହା ସେମାନଙ୍କ ସମ୍ପର୍କକୁ ବିଗାଡି ଦିଏ । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ଭାଲେଣ୍ଟାଇନ୍ସରେ ଜୀବନସାଓଥିଙ୍କୁ କେଉଁସବୁ ଗିଫ୍ଟ ଦେବା ଉଚିତ୍ ନୁହେଁ ।
ଏହି ସବୁ ଗିଫ୍ଟ ବିଗାଡିବ ସମ୍ପର୍କ:

ବୁଡ଼ି ଯାଉଥିବା ଜାହାଜ:ବାସ୍ତୁ ଶାସ୍ତ୍ର ଅନୁସାର କେବେ ବି ନିଜ ଜଜୀବନସାଥିକୁ ବୁଡି ଯାଉଥିବା ଜାହାଜ ଉପହାର ଦେବେ ନାହିଁ । କାରଣ ଏହାକୁ ସର୍ବଦା ଦୁଃଖର ସଙ୍କେତ ଭାବରେ ବିବେଚନା କରାଯାଏ । ଫଳରେ ବୁଡିଯାଉଥିବା ଜାହାଜ ଉପହାର ଦେବା ଦ୍ୱାରା ଆପଣଙ୍କ ସାଥୀ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଏଥିସହିତ ଘରେ ମଧ୍ୟ ଏପରି ପେଣ୍ଟିଂ ରଖିବା ଉଚିତ୍ ନୁହେଁ ।

କଳା ପୋଷାକ: ଲୋକମାନେ କଳା ରଙ୍ଗକୁ ବହୁତ ପସନ୍ଦ କରନ୍ତି । କିନ୍ତୁ କଳା ରଙ୍ଗର ପୋଷାକ ଉପହାର ପାଇଁ ଅଶୁଭ ବୋଲି ବିବେଚନା କରାଯାଏ । ଯଦି ତୁମେ ତୁମର ସାଥୀକୁ ପୋଷାକ ଉପହାର ଦେବାକୁ ଚାହୁଁଛ, ତେବେ କଦାପି କଳା ରଙ୍ଗର ପୋଷାକ ଦିଅନ୍ତୁ ନାହିଁ ।

ଜୋତା:ଯଦି ତୁମର ଗର୍ଲଫ୍ରେଣ୍ଡ କିମ୍ବା ସ୍ତ୍ରୀ ଜୋତା କିଣିବାକୁ ଭଲ ପଆନ୍ତି ତେବେ ଏହା ସେମାନଙ୍କୁ କିଣିବାକୁ ଦିଅନ୍ତୁ । ଆପଣ ଭୁଲରେ ବି ନିଜ ଜୀବନସାଥୀଙ୍କୁ ଜୋତା ଉପହାର କରିବେ ନାହିଁ । କାରଣ ବାସ୍ତୁ ଶାସ୍ତ୍ର ଅନୁସାରେ ଜୋମ୍କୁ ଅଶୁଭ ବୋଲି ବିବେଚନା କରାଯାଏ । ଏହାକୁ ଉପହାର ଦେବା ଦ୍ୱାରା ଏହା ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିବା ସହ ଚିନ୍ତା ବଝ୍ୟ ବୃଦ୍ଧି ପାଇଥାଏ । ତେଣୁ ଏହାକୁ ଉପହାର ଦେବା ଉଚିତ୍ ନୁହେଁ ।

ରୁମାଲ:ପ୍ରାୟତଃ ଦମ୍ପତିମାନେ ପରସ୍ପରକୁ ରୁମାଲ ଉପହାର ଦିଅନ୍ତି । କାରଣ ଏହା ଅତ୍ୟନ୍ତ ରୋମାଣ୍ଟିକ୍ ବୋଲି ବିବେଚନା କରାଯାଏ । କିନ୍ତୁ ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ ରୁମାଲ ଦୁଃଖର ପ୍ରତୀକ ହୋଇଥାଏ । ଏହାକୁ ନିଜ ସାଥୀଙ୍କୁ ଦେବା ଦ୍ୱାରା ସେମାନେ ସର୍ବଦା ଦୁଃଖରେ ରହିଥାନ୍ତି । ତେଣୁ ନିଜ ସାଥୀଙ୍କୁ କଦାପି ରୁମାଲ ଉପହାର ଦିଅନ୍ତୁ ନାହିଁ ।

Get real time updates directly on you device, subscribe now.