fbpx
BJD SKY
BJD SKY

GRIDCO ପକ୍ଷରୁ ସତର୍କବାଣୀ: ଜନସାଧାରଣ ବିଦ୍ୟୁତ ବ୍ୟବହାର କିପରି କରିବେ, କିପରି ସୁରକ୍ଷିତ ରହିବେ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମୟରେ ଆମ ସମସ୍ତଙ୍କର ଦୈନନ୍ଦିନ ଜୀବନରେ ବିଦ୍ୟୁତ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ । ଖାଇବା ପିଇବା ଠାରୁ ଆରମ୍ଭ କରି ମୋବାଇଲ, ଗାଡ଼ି ଆଦି ପ୍ରତ୍ୟେକ ଜିନିଷ ପାଇଁ ବିଦ୍ୟୁତ ନିହାତି ଆବଶ୍ୟକ । ତେବେ ଅନେକ ସମୟରେ ଅସାବଧନତା ଓ ଅଜ୍ଞତା କାରଣରୁ ଅନେକଙ୍କର ବିଦ୍ୟୁତ ଝଟକାରେ ଅକାଳରେ ଜୀବନ ଚାଲିଯାଇଥାଏ ।

ତେଣୁ ବିଦ୍ୟୁତ ବ୍ୟବହାର ସମ୍ବନ୍ଧରେ ଗ୍ରୀଡକୋ ପକ୍ଷରୁ ଜନସାଧାରଣଙ୍କ ପାଇଁ ସତର୍କବାଣୀ ଜାରି କରାଯାଇଛି । ସେଥିରେ କୁହାଯାଇଛି, ଆପଣଙ୍କର ଜୀବନ ମୂଲ୍ୟବାନ । ସାମାନ୍ୟତମ ଅସାବଧାନତା କାରଣ ଯୋଗୁଁ ଏହାକୁ ହରାନ୍ତୁ ନାହିଁ । ଶର୍ଟ ସର୍କିଟ ଜନିତ ବିଦ୍ୟୁତ ଘଟଣାରୁ ବର୍ତ୍ତିବା ପାଇଁ ମେନ୍ ସୁଇଚରେ ଉପଯୁକ୍ତ ରେଟିଂର ସର୍କିଟ ବ୍ରେକର ଅଥବା ଫିଉଜ୍ ବ୍ୟବହାର କରନ୍ତୁ । ବିଦ୍ୟୁତ ୱାରିଂର ଆର୍ଥିଂ ଠିକ୍ ଅଛି ନା ନାହିଁ ପରୀକ୍ଷା କରାଇ ନିଅନ୍ତୁ । ବିଦ୍ୟୁତ ୱାରିଂ ଓ ବିଦ୍ୟୁତ ମିଟରକୁ ସନ୍ତସନ୍ତିଆ କାନ୍ଥ କିମ୍ବା ବର୍ଷା ପାଣିରୁ ରକ୍ଷା କରନ୍ତୁ ।

ଆଇ.ଏସ.ଆଇ. ସ୍ୱୀକୃତିପ୍ରାପ୍ତ ବିଦ୍ୟୁତ ଉପକରଣ ବ୍ୟବହାର କରନ୍ତୁ । ବିଦ୍ୟୁତ ଖୁଣ୍ଟ ଝୁଲି ପଡ଼ିଥିବା ବା ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାରକୁ ଛୁଅନ୍ତୁ ନାହିଁ । ବିଦ୍ୟୁତ ଖୁଣ୍ଟ ବା ବିଦ୍ୟୁତ ଖୁଣ୍ଟର ଷ୍ଟେ-ଓୟାର ଛୁଇଁବା ବା ବିଦ୍ୟୁତ ଖୁଣ୍ଟକୁ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର କରିବା ବିପଜ୍ଜନକ । ପୂଜାମଣ୍ଡପ, ବିବାହ ଅନୁଷ୍ଠାନ ବା ଅନ୍ୟ ଯେ କୌଣସି ଅନୁଷ୍ଠାନରେ ହୁକିଂ ଦ୍ୱାରା ବେଆଇନ୍ ବିଜୁଳି ବ୍ୟବହାର କରିବା ଫଳରେ ଧନଜୀବନ ନଷ୍ଟ ହୋଇପାରେ, ତେଣୁ ଏଥିରୁ ନିବୃତ୍ତ ରୁହନ୍ତୁ । ଘରେ ବିଦ୍ୟୁତ ୱାରିଂରେ କୌଣସି କାମ କରିବା ପୂର୍ବରୁ ମେନ୍ ସୁଇଚକୁ ବନ୍ଦ କରି କାମ କରନ୍ତୁ ।

Get real time updates directly on you device, subscribe now.