fbpx

ଦୁନିଆର ବଡ଼ ବଡ଼ ବୈଜ୍ଞାନିକମାନେ କହିଲେ ପ୍ରଳୟର ତାରିଖ! କାରଣ ଜାଣିଲେ ଆପଣ ବି ଛାନିଆ ହେବେ

ନୂଆଦିଲ୍ଲୀ: ପୃଥିବୀରେ ପ୍ରଳୟ ଆସିବା ନେଇ ଖବର ବେଳେବେଳେ ଶୁଣିବାକୁ ମିଳିଥାଏ । ବର୍ତ୍ତମାନ ସୁଦ୍ଧା ଅନେକ ବୈଜ୍ଞାନିକମାନେ ପ୍ରଳୟକୁ ନେଇ ଚେତାବନୀ ଦେଇଛନ୍ତି । ବୈଜ୍ଞାନିକମାନେ ସେମାନଙ୍କ ରିପୋର୍ଟରେ ଏପରି କିଛି ଖୁଲାସା କରିଛନ୍ତି, ଯାହାକୁ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ପୃଥିବୀ ଓ ତା ଉପରକୁ ଆସୁଥିବା ବିପଦକୁ ନେଇ ବୈଜ୍ଞାନିକମାନେ ଚିନ୍ତିତ ଅଛନ୍ତି । ପୁଣିଥରେ ବୈଜ୍ଞାନିକମାନେ ବର୍ତ୍ତମାନର ପରିସ୍ଥିତି ଓ ପରିବେଶକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ।

ସମୁଦ୍ରରେ ବଢ଼ୁଥିବା ଜଳସ୍ତରରେ ଦୁନିଆର ଅନେକ ସହର ବୁଡିଯିବାର ଚେତାବନୀ ଅନେକ ଥର ଦିଆଯାଇଛି । ଏହି ତାଲିକାରେ ମୁମ୍ବାଇ ସମେତ ଭାରତର ଅନେକ ସହର ସାମିଲ ରହିଛି । ଅନ୍ୟପଟେ ଗ୍ଲେସିୟର ତରଳିବା ଓ କରୋନା ମହାମାରୀ ଭଳି ବିପର୍ଯ୍ୟୟ ଯୋଗୁଁ ପୃଥିବୀ ତଥା ଭବିଷ୍ୟତ ଉପରେ ଅଧିକ ବିପଦ ଆସିବାର ଆଶଙ୍କା ରହିଛି ।

ବୈଜ୍ଞାନିକମାନେ ଚେତାବନୀ ଦେଇ କହିଛନ୍ତି ଯେ, ଏହି ଶତାବ୍ଦୀର ଶେଷ ସୁଦ୍ଧା ପୃଥିବୀରେ ଏକ ଭୟଙ୍କର ପ୍ରଳୟ ଆସିବ । ସାଇନ୍ସ ୱାର୍ଲ୍ଡ ସହ ଜଡିତ ବିଶ୍ୱର ସର୍ବବୃହତ ମାଗାଜିନ୍ ‘ନେଚର’ ନିକଟରେ ଏକ ସର୍ଭେ କରିଥିଲା, ଯେଉଁଥିରେ ବଡ଼ ବଡ଼ ବୈଜ୍ଞାନିକମାନେ ଭାଗ ନେଇଥିଲେ । ଆଇପିସିସିର ଜଳବାୟୁ ରିପୋର୍ଟ ପ୍ରସ୍ତୁତ କରିଥିବା ବୈଜ୍ଞାନିକମାନେ ଏହି ଗବେଷଣାରେ ଚେତାବନୀ ଦେଇଛନ୍ତି ଯେ, ‘ଯେଭଳି ଭାବେ ଗ୍ଲୋବାଲ ୱାର୍ମିଂ ବଢ଼ୁଛି, ସେହି ହିସାବରେ ୨୧୦୦ ମସିହା ପର୍ଯ୍ୟନ୍ତ ପୃଥିବୀରେ ଭୟଙ୍କର ପରିବର୍ତ୍ତନ ହେବ । ଯାହାକି କୌଣସି ପ୍ରଳୟ ଠାରୁ କମ୍ ନୁହେଁ ।’

ତେବେ ଆଇପିସିସି ଜଳବାୟୁ ରିପୋର୍ଟକୁ ଦୁନିଆର ୨୩୪ ବୈଜ୍ଞାନିକମାନେ ମିଶି ପ୍ରସ୍ତୁତ କରିଛନ୍ତି । ରିସର୍ଚ୍ଚରେ ଜଡ଼ିତ ବୈଜ୍ଞାନିକ ପାଓଲା ଆରିୟସଙ୍କ ଅନୁସାରେ, ‘ବିଶ୍ୱ ଯେତେ ଶୀଘ୍ର ବଦଳୁଛି, ଲୋକଙ୍କ ଆବଶ୍ୟକତା ସେତେ ବଦଳୁଛି । ପ୍ରାକୃତିକ ସମ୍ପଦଗୁଡ଼ିକର ଶୋଷଣ କରାଯାଉଛି । ପ୍ରଦୂଷଣ ଓ ଉତ୍ତାପ ବୃଦ୍ଧି ପାଇବାରେ ଲାଗିଛି, ଫଳରେ ବଞ୍ଚିବା ବି କଷ୍ଟକର ହୋଇପଡିବ । ଏହାର ଗତି ହିସାବରେ ପୃଥିବୀରେ ଆଉ ବଞ୍ଚାଯାଇ ପାରିବ ନାହିଁ । ପ୍ରାକୃତିକ ବିପର୍ଯ୍ୟୟ ହେତୁ ଲୋକମାନେ ବହୁ ପରିମାଣରେ ବିସ୍ଥାପିତ ହେଉଛନ୍ତି । ଆଇପିସିସିର ଜଳବାୟୁ ରିପୋର୍ଟରେ କୁହାଯାଇଛି ଯେ, ପୃଥିବୀକୁ ବଞ୍ଚାଇବା ପାଇଁ ମଣିଷ ପାଖରେ ଅଧିକ ସମୟ ନାହିଁ ।

Get real time updates directly on you device, subscribe now.