ମୋବାଇଲର ଏହି କାମ ଉପରେ ଲାଗିବ ଜିଏସଟି ଟ୍ୟାକ୍ସ: ଏବେଠୁ ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ: ଆମେମାନେ ପ୍ରତିଦିନ ମୋବାଇଲରେ ଅନେକ ପ୍ରକାରର ଆପ ଡାଉନଲୋଡ କରି ବ୍ୟବହାର କରିଥାନ୍ତି । କିନ୍ତୁ ଏଭଳି କିଛି ଆପ ଦ୍ୱାରା ଆମକୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଏମିତିକି ଖର୍ଚ୍ଚାନ୍ତ ହେବାକୁ ପଡିପାରେ । କିଛି ଆପକୁ ଡାଉନଲୋଡ କରିବା ପାଇଁ ଦେୟ ଦେବାକୁ ପଡିଥାଏ । ସେହିଭଳି ଏବେ ମୋବାଇଲରେ ଗେମ ଖେଳିଲେ ମଧ୍ୟ ଦେୟ ଦେବାକୁ ପଡିବ ବୋଲି ଘୋଷଣା କରାଯାଇଛି । ମୋବାଇଲର କିଛି ଗେମିଙ୍ଗ ଆପ ବ୍ୟବହାରରେ ଏବେ ଜିଏସଟି ଲାଗୁ କରାଯିବ ।

ଏହି ସପ୍ତାହରେ ଜିଏସଟି କାଉନ୍ସିଲର ହେବାକୁ ଥିବା ଏକ ବୈଠକରେ ଏ ନେଇ ଆଲୋଚନା ହେବାର ଯଥେଷ୍ଟ ସମ୍ଭାବନା ରହିଛି । କସିନୋ ଏବଂ ଘୋଡାଦୌଡ ପରି ଗେମିଙ୍ଗ ଆପର ଗ୍ରାସ ରେଭେନ୍ୟୁରେ ୨୮ ପ୍ରତିଶତ ଜିଏସଟି ଲାଗୁ କରାଯିବା ନେଇ ପ୍ରସ୍ତାବ ଦିଆଯାଇପାରେ । ମେଘାଳୟ ମୁଖ୍ୟମନ୍ତ୍ରୀ କାନରାଡ ସଙ୍ଗମାଙ୍କ ଅଧ୍ୟକ୍ଷତାରେ ଗଠିତ ଗୃପ ଅଫ ମିନିଷ୍ଟର୍ସ ତରଫରୁ ଦିଆଯାଇଥିବା ରିପୋର୍ଟ ଉପରେ ବିଚାର କରାଯିବ । ଆସନ୍ତା ୨୮-୨୯ରେ ଚଣ୍ଡୀଗଡରେ ହେବାକୁ ଥିବା ଜିଏସଟି କାଉନ୍ସିଲ ବୈଠକରେ ଏହି ମାମଲାରେ ଆଲୋଚନା ହେବ ବୋଲି ଜଣାଯାଇଛି । ଅନଲାଇନ ଗେମିଙ୍ଗର ମୂଲ୍ୟ ଉପରେ ଟ୍ୟାକ୍ସ ଲଗାଇବା ଜରୁରୀ । ଏହାଦ୍ୱାରା ଖେଳରେ ଭାଗ ନେଲେ ୟୁଜର ଦ୍ୱାରା ପେମେଣ୍ଟ ହେଉଥିବା ଏଣ୍ଟ୍ରି ଆମାଉଣ୍ଟ ମଧ୍ୟ ସାମିଲ ରହିଛି ।

ଗତବର୍ଷ ମେ ମାସରେ କସିନୋ, ଅନଲାଇନରେ ଗେମିଙ୍ଗ ପୋର୍ଟାଲ ଏବଂ ଘୋଡାଦୌଡ ଉପରେ ଜିଏସଟିର ମୂଲ୍ୟାଙ୍କନ ପାଇଁ ମନ୍ତ୍ରୀମାନଙ୍କ ସମିତି ଗଠନ କରାଯାଇଥିଲା । ବର୍ତ୍ତମାନ କସିନୋ, ଘୋଡାଦୌଡ ଏବଂ ଅନଲାଇନ ଗେମିଙ୍ଗ ଗୁଡିକ ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ହୋଇଛି । ତେବେ ଆଗକୁ ଏଗୁଡିକ ଉପରେ ୨୍କ ଜିଏସଟି ଲାଗୁ କରିବା ପାଇଁ ଜିଓଏମ ସୁପାରିଶ କରିଛି ।

ଏହି ପଦକ୍ଷେପ ଦ୍ୱାରା ଏହି ସେବା ଗୁଡିକ ପାନ ମସଲା, ତମ୍ବାଖୁ ଇତ୍ୟାଦିର ସମକକ୍ଷ ହୋଇଯିବ, ଯାହାକୁ ଦେଶରେ ଖରାପ ବୋଲି ଗଣାଯାଇଥାଏ । ଏହାଦ୍ୱାରା କିଛ ସମୟ ପର୍ଯ୍ୟନ୍ତ ରେଭେନ୍୍ୟୁ ବଢିବାର ମଧ୍ୟ ସମ୍ଭାବନା ରହିଛି । କିନ୍ତୁ ଏମ୍ବା ଅବଧିରେ ବଡ ଧରଣର ବ୍ଲାକ ମନି ସୃଷ୍ଟି ହେବାର ଆଶଙ୍କା କରାଯାଉଥିବା ପ୍ରକାଶ କରିଛନ୍ତି ଏଏମଆରଜି ଆଣ୍ଡ ଆସୋସିଏଟ୍ସର ସିନିୟର ପାର୍ଟନର ରଜତ ମୋହନ ।