fbpx

ପୁଟିନଙ୍କ ବିରୋଧୀ Alexei Navalny ଜେଲରୁ ନିଖୋଜ

Advertisement

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଲୋଚକ ଏବଂ ବିରୋଧୀ ନେତା ଏଲେକ୍ସି ନଭଲନୀ(Alexei Navalny ) ନିଖୋଜ ହେବା ଖବର ସାମ୍ନାକୁ ଆସିଛି । ଉଗ୍ରବାଦୀ ସମ୍ପ୍ରଦାୟ ସୃଷ୍ଟି ଏବଂ ପୋଷଣ ସହିତ ଅନ୍ୟ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେଲା ପରେ ଏଲେକ୍ସିଙ୍କୁ ଚଳିତ ବର୍ଷ ଅଗଷ୍ଟ ୧୯ରେ ମସ୍କୋରେ ବନ୍ଦୀ କରାଯିବା ନେଇ ଦଣ୍ଡାଦେଶ ହୋଇଥିଲା । ସୋମବାର ଏଲେକ୍ସିଙ୍କ ମୁଖପାତ୍ର କିରା ୟାମିର୍ଶ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ମାଧ୍ୟମରେ ଆଭିଯୋଗ କରି ପୋଷ୍ଟରେ ଲେଖିଥିଲେ,‘ ଏଲେକ୍ସିଙ୍କୁ IK-6 ଓ IK-7ରେ ରଖାଯାଇଥିଲା । ବର୍ତ୍ତମାନ ସେ ସେଠାରେ ନାହାନ୍ତି । ଏନେଇ ଓକିଲଙ୍କୁ ସୂଚନା ଦିଆଯାଇଥିଲା । ଅନେକ ଚେଷ୍ଟା ପରେ ମଧ୍ୟ ଓକିଲ ଜେଲରେ ଥିବା ବନ୍ଦୀ ନେତାଙ୍କୁ ଭେଟି ପାରି ନଥିଲେ । ସେ ୬ ଦିନରୁ ନିଖୋଜ ଥିଲେ । ତାଙ୍କୁ ଅନ୍ୟତ୍ର ଟ୍ରାନ୍ସଫର କରାଯିବା ନେଇ ପ୍ରଶାସନ ତରଫରୁ କୌଣସି ଉତ୍ତର ମିଳିପାରି ନାହିଁ ।’

ସୂଚନାରୁ ପ୍ରକାଶ କିଛି ଦିନ ପୂର୍ବରୁ ଏଲେକ୍ସିଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥିଲା । ଏହା ପୂର୍ବରୁ ୨୦୨୦ରେ ତାଙ୍କୁ ବିଷ ଦେଇ ମାରିବା ଷଡ଼ଯନ୍ତ୍ର କରାଯାଇଥିଲା ।

Get real time updates directly on you device, subscribe now.