fbpx

ବଡ ଖୁଲାସା- ୧୯୭୮ରେ ଆମେରିକାର ସାମରିକ ପରିସରରେ ଏଲିଏନକୁ ହୋଇଥିଲା ଗୁଳି

ଆମେରିକାର ଜଣେ ପୂର୍ବତନ ବାୟୁସେନା ଅଧିକାରୀ ଦାବି କରି କହିଛନ୍ତି ଯେ, ‘ ୧୯୭୮ ମସିହାରେ ଆମେରିକାର ସାମରିକ ପରିସରରେ ମହାକାଶରୁ ଆସିଥିବା ଜଣେ ଏଲିଏନଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଅଧିକାରୀଙ୍କ ଦ୍ୱାରା କୁହାଯାଇଥିବା ଏହି ଘଟଣା ପୁରସ୍କାର ପ୍ରାପ୍ତ ଅନୁସନ୍ଧାନକାରୀ ସାମ୍ବାଦିକଙ୍କ ପୁସ୍ତକରେ ବି ଉଲ୍ଲେଖ ରହିଛି ।

ଆମେରିକାର ଏହି ପୂର୍ବ ବାୟୁସେନା ଅଧିକାରୀଙ୍କ ନାମ ମେଜର ଜର୍ଜ ଫିଲର । ସେହିପରି ସେ ଇଣ୍ଟରଭ୍ୟୁ ଦେଇଥିବା ସାମ୍ବାଦିକଙ୍କ ନାମ ହେଉଛି ଜନ ଏଲ । ଇଣ୍ଟରଭ୍ୟୁରେ ସାମ୍ବାଦିକ ଜଣକ କହିଥିଲେ ଯେ, ଯେବେ ମେଜର ଜର୍ଜ ବରିଷ୍ଠ ଅଧିକାରୀ ଥିଲେ , ସେବେ ୪ ବର୍ଷ ପର୍ଯ୍ୟନ୍ତ ଏଲିଏନ ଘଟଣା ବାରମ୍ବାର ଘଟୁଥିଲା । ଯେବେ ଏଲିଏନକୁ ଗୁଳି ମରାଗଲା, ସେବେ ଏଲିଅନ ସ୍ପେଶ ସିପ୍ ଅଜବ ଉପାୟରେ ଉଡିବାକୁ ଲାଗିଲା । ଏଲିଏନକୁ ଜଣେ ପୋଲିସ ଅଫିସର ଗୁଳି କରିଥିଲେ, ଯେ କି ସାମରିବ ପରିସର ବାହାରେ ଡ୍ୟୁଟି ଦେଉଥିଲେ । ପୋଲିସ ଅଫିସର ଏଲିଏନକୁ ରହିବା ପାଇ କହିଥିଲେ, କିନ୍ତୁ ନଶୁଣିବାରୁ ତାକୁ ଗୁଳି କରି ହତ୍ୟା କରାଯାଇଥିଲା । ପରେ ଏଲିଏନର ମୃତଦେହକୁ ଓହାୟୋ ରାଇଟ ପେଟରସନ ଏୟାରଫୋର୍ସ ବେସକୁ ନିଆଯାଇଥିଲା ।’

Get real time updates directly on you device, subscribe now.