fbpx

ଚଳନ୍ତି କାରରେ ଲାଗିଲା ନିଆଁ

ମାଲକାନଗିରି, ୨୨ା୯(ଓଡ଼ିଶା ଭାସ୍କର): ମାଲକାନଗିରି ସ୍ଥିତ କାଲିମେଳା ଅଞ୍ଚଳରେ ଏକ ଚଳନ୍ତି କାରରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି । କାରରେ ଥିବା ସମସ୍ତ ଜିନିଷ ନଷ୍ଟ ହୋଇଯାଇଛି । ଏହାସହ ଘଟଣା ସ୍ଥଳରେ କାର ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଛି । ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା । କିନ୍ତୁ ସେଠାରେ ଥିବା ଲୋକମାନେ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଉକ୍ତ ଗାଡ଼ିରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ । ଏହାପରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଉଲ୍ଳେଖଯୋଗ୍ୟ ଯେ ମାଲକାନଗିରି ସ୍ଥିତ କାଲିମେଳା ଅଞ୍ଚଳରେ ୩୨୬ନମ୍ବର ଜାତୀୟ ରାଜପଥର ଏମଭି-୧୭ ନମ୍ବର ଗ୍ରାମ ନିକଟ ମୁଖ୍ୟ ରାସ୍ତାରେ କାଲିମେଳା ଅଭିମୁଖେ ଯାଉଥିବା ଏକ କାରରେ ହଠାତ ନିଆଁ ଲାଗି ଯାଇଥିଲା । ଗାଡ଼ିରେ କିପରି ନିଆଁ ଲାଗିଲା ଓ ଗାଡ଼ିରେ କେଉଁଠୁ ଗଞ୍ଜେଇ ଆସିଥିଲା ଓ କେଉଁଠାକୁ ଯାଉଥିଲା ସେନେଇ କୌଣସି ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

Get real time updates directly on you device, subscribe now.