“ମୁଁ ତୁମକୁ ମୋ ସ୍ତ୍ରୀ ବୋଲି ଭାବେ, ମୁଁ ତୁମକୁ ବାହାହେବାକୁ ଚାହେଁ” ୭ମ ଶ୍ରେଣୀ ଝିଅର ପ୍ରେମରେ ପଡ଼ିଲେ ରସିକିଆ ହେଡ୍ ସାର୍

ହେଡ ସାରଙ୍କ ନାଁରେ ଅଭିଯୋଗ କରିଥିଲେ । ସ୍ଥାନୀୟ ପୋଲିସ ତୁରନ୍ତ ହେଡ ସାରଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ପ୍ରୟାଗରାଜ : ଉତ୍ତର ପ୍ରଦେଶ ଅଲିଗଡ଼ରୁ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି ।ସ୍ଥାନୀୟ ସରକାରୀ ସ୍କୁଲର ୭ମ ଶ୍ରେଣୀ ଛାତ୍ରୀ ହେଡ ମାଷ୍ଟରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ସ୍କୁଲ ପ୍ରିନ୍ସିପାଲ ଛାତ୍ରୀଙ୍କୁ ବାରମ୍ବାର ଲଭ ଲେଟର ଲେଖି ହଇରାଣ କରୁଥିବା ଛାତ୍ରୀ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ପରେ ସ୍ଥାନୀୟ ପୋଲିସ ତୁରନ୍ତ ହେଡ ସାରଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ଅଲିଗଡ଼ସ୍ଥିତ ତାଲିବନଗର ସରକାରୀ ପ୍ରାଥମୀକ ହାଇସ୍କୁଲରେ ଘଯିଯାଇଛି ଏ ଘଟଣା । ସ୍କୁଲ ପ୍ରିନ୍ସିପାଲ ଶକିଲ ଅହମଦଙ୍କ ଉପରେ ଆସିଛି ଗମ୍ଭୀର ଆରୋପ । ଛାତ୍ରୀ ଜଣକ ସମ୍ପୂର୍ଣ୍ଣ ଘଟଣା ଗରକୁ ଯାଇ ତାଙ୍କ

ମା’ଙ୍କୁ ଜଣାଇଥିଲେ । ଏହାପରେ ମା’ ଝିଅ ଡିଏମ୍-ଏସଏସପିଙ୍କ କାର୍ଯ୍ୟାଳୟରେ ଯାଇ ହେଡ ସାରଙ୍କ ନାଁରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ ସ୍ୱତନ୍ତ୍ର ପୋଲିସ ଟିମର ଯାଞ୍ଚ ପରେ ଉକ୍ତ ହେଡ୍ ସାରଙ୍କୁ ଗିରଫ କରିଛି ପୋଲିସ । ବିଭାଗୀୟ ଉଚ୍ଚାଧିକକାରୀ ଉକ୍ତ ହେଡ ମାଷ୍ଟରଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ଜଣାପଡ଼ିଛି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଛାତ୍ରୀଙ୍କ ମା’ କହିଛନ୍ତି ଯେ, ସ୍କୁଲରେ ହେଡ ମାଷ୍ଟର ଝିଅକୁ ଲଭ ଲେଟର ଲେଖୁଥିଲେ । ଲେଟରରେ ସେ ଲେଖିଥିଲେ ; ମୁଁ ତୁମକୁ ବହୁତ ପସନ୍ଦ କରେ । ତୁମକୁ ମୁଁ ମୋ ସ୍ତ୍ରୀ ବୋଲି ଭାବେ । ମୁଁ ତୁମକୁ ବାହାହେବକୁ ଚାହେଁ ।

ସ୍କୁଲରେ ଅଭିଯୁକ୍ତ ସାର ଛାତ୍ରୀଙ୍କୁ ହଇରାଣ କରିବା ସହ ବାହାହେବାକୁ ଚାପ ପକାଉଥିଲେ । ବାହାଘର ପରେ ଧର୍ମ ପରିବର୍ତ୍ତନ କରିବାକୁ ମଧ୍ୟ କହୁଥିଲେ ରସିକିଆ ସାର୍ ।