fbpx
BSKY
BJD MC SKY
BJD MS SKY

ଲିଭ୍‌-ଇନ୍‌ରେ ବ୍ରେକ୍‌ଅପ୍ ହେଲେ ବି ଦେବାକୁ ପଡିବ ଭରଣପୋଷଣ ଖର୍ଚ୍ଚ, ମହିଳାଙ୍କ ଅଧିକାରକୁ ନେଇ ଆସିଲା ହାଇକୋର୍ଟଙ୍କ ବଡ ଆଦେଶ

ଭୋପାଳ: ଲିଭ୍ ଇନ୍ ରିଲେସନରେ ରହିବା ପରେ ଯଦି ବ୍ରେକ୍ ଅପ୍ ହୁଏ ତେବେ ମହିଳା ଏ କ୍ଷେତ୍ରରେ ଭରଣ ପୋଷଣର ହକଦାର ହେବେ । ମଧ୍ୟପ୍ରଦେଶ ହାଇକୋର୍ଟ ମହିଳାଙ୍କ ଅଧିକାର କ୍ଷେତ୍ରରେ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି । ଉଚ୍ଚ ନ୍ୟାୟାଳୟ ଲିଭ୍ ଇନ୍ ରିଲେସନରେ ମହିଳାଙ୍କ ଅଧିକାରକୁ ମାନ୍ୟତା ଦେବା କ୍ଷେତ୍ରରେ ଏକ ବଡ ପଦକ୍ଷେପ ଉଠାଇ ନିଷ୍ପତ୍ତି ଶୁଣାଇଛନ୍ତି କି କୌଣସି ପୁରୁଷ ସହ ଦୀର୍ଘ ସମୟ ଧରି ସଂପର୍କରେ ଥିବା ମହିଳା ବିବାହିତ ନ ହେଲେ ବି ବ୍ରେକ୍ ଅପ୍ ପରେ ଭରଣ ପୋଷଣର ହକଦାର ହେବ ।

ଏକ ଯାଚିକାର ଶୁଣାଣୀ ସମୟରେ ହାଇକୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି । ଯାଚିକାକର୍ତ୍ତା ଶୈଳେଶ ବୋପଚେ ବାଲାଘାଟ ଜିଲ୍ଲା କୋର୍ଟର ସେହି ଆଦେଶକୁ ଆହ୍ୱାନ କରିଥିଲେ ଯେଉଁଥିରେ ତାଙ୍କୁ ଲିଭ୍ ଇନ୍‌ରେ ଥିବା ମହିଳାଙ୍କୁ ବ୍ରେକ ଅପ୍ ପରେ ମାସକୁ ୧୫୦୦ ଟଙ୍କା ଦେବାକୁ ଆଦେଶ ଦିଆଯାଇଥିଲା । ଶୈଳେଶ ତଳ କୋର୍ଟଙ୍କ ଏହି ନିଷ୍ପତ୍ତି ବିରୁଦ୍ଧରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସେ ଯାଚିକାରେ ଉଲ୍ଲେଖ କରିଥିଲେ କି ମହିଳା ଜିଲ୍ଲା କୋର୍ଟରେ ଦାବୀ କରିଥିଲେ କି ସେ ତାଙ୍କୁ ମନ୍ଦିରରେ ବିବାହ କରିଥିଲେ । କିନ୍ତୁ ଏହା ସେ ପ୍ରମାଣିତ କରିପାରି ନ ଥିଲେ । ତଥାପି ଜିଲ୍ଲା କୋର୍ଟ ମହିଳାଙ୍କ ଦାବୀକୁ ମାନି ନେଇଥିଲେ ଓ ତାଙ୍କୁ ମାସକୁ ୧୫୦୦ଟଙ୍କା ଭରଣ ପୋଷଣ ଦେବାକୁ ଆଦେଶ ଦେଇଥିଲେ ।

ଜିଲ୍ଲା କୋର୍ଟର ଏହି ଆଦେଶକୁ କାଏମ ରଖିବା ସହିତ ହାଇକୋର୍ଟ ଶୈଳେଶଙ୍କ ଯାଚିକାକୁ ଖାରଜ କରି ଦେଇଛନ୍ତି । ବିଚାରପତି ଜି.ଏସ୍‌. ଆଲୁୱାଲିଆ ନିଜ ଆଦେଶରେ କହିଛନ୍ତି, ଯେହେତୁ ପୁରୁଷ ଓ ମହିଳା ଦୀର୍ଘ ସମୟ ପର୍ଯ୍ୟନ୍ତ ପତି-ପତ୍ନୀ ରୂପରେ ରହୁଥିଲେ ଓ ମହିଳା ଏକ ସନ୍ତାନ ଜନ୍ମ ଦେଇଛନ୍ତି ତେଣୁ ସେ ଭରଣ ପୋଷଣ ପାଇବାକୁ ହକଦାର ଅଟନ୍ତି । ଶୁଣାଣୀ ସମୟରେ କୋର୍ଟ ଏହା ଉପରେ ଜୋର ଦେଇଛନ୍ତି କି ଯଦି ଦମ୍ପତିଙ୍କ ମଧ୍ୟରେ ସମ୍ଭୋଗ ହୋଇଥିବାର ପ୍ରମାଣ ରହିଛି ତେବେ ଭରଣ ପୋଷଣ ଦେବାକୁ ପୁରୁଷ ମନା କରିପାରିବେ ନାହିଁ ।

Get real time updates directly on you device, subscribe now.