fbpx

ବାଲ୍ଟିମୋର ବ୍ରିଜ ସହ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜାହାଜରେ ଥିବା ୨୨ ଜଣ ଭାରତୀୟ କ୍ରୁ ସଦସ୍ୟ ସୁରକ୍ଷିତ

ନୂଆଦିଲ୍ଲୀ: ବାଲ୍ଟିମୋର ବ୍ରିଜ ସହ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଣ୍ଟେସନ ଜାହାଜରେ ଯାତ୍ରା କରୁଥିବା ସମସ୍ତ ୨୨ ଜଣ ଭାରତୀୟ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି । ଦୁଇ ପାଇଲଟଙ୍କ ସମେତ ଚାଳକ ଦଳର ସମସ୍ତ ସଦସ୍ୟଙ୍କୁ ଠାବ କରାଯାଇଛି ଓ ସେମାନଙ୍କର କୌଣସି କ୍ଷତି ହୋଇ ନାହିଁ । ସିନର୍ଜୀ ମରିନ ଗ୍ରୁପର ଚାର୍ଟର ମ୍ୟାନେଜର ଏନେଇ ସୂଚନା ଦେଇଛନ୍ତି । କଣ୍ଟେନର ଜାହାଜ ଧକ୍କା ଦେବା ଫଳରେ ବାଲ୍ଟିମୋରର ଫ୍ରାନ୍ସିସ ସ୍କଟର ବ୍ରିଜ ଭୁଶୁଡ଼ି ପଡ଼ିଥିଲା । ଫଳରେ ବ୍ରିଜରେ କାର୍ଯ୍ୟ କରୁଥିବା ୮ ଜଣ ଲୋକ ନଦୀକୁ ଖସି ପଡ଼ିଥିଲେ ।

କେବେ ଏହା ମଧ୍ୟରେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏଥିପାଇଁ ଅଧିକ ସ୍ଥାନରେ ତଲାସୀ କରିବାର ଆବଶ୍ୟକତା ଥିବା ସ୍ଥାନୀୟ ଅଧିକାରୀମାନେ କହିଛନ୍ତି । ୯୪୮ ଫୁଟର କଣ୍ଟେନର ଜାହାଜ ଧକ୍କା ଦେବା ଫଳରେ ବ୍ରିଜର କିଛି ଅଂଶ ଭାଙ୍ଗିରୁଜି ଯାଇଛି । ଉକ୍ତ ଦୁର୍ଘଟଣା ଫଳରେ କିଛି କାର ପାଣି ଭିତରକୁ ଖସି ପଡ଼ିଥିବା ବେଳେ କିଛି ଲୋକ ଆହତ ହୋଇଥିବା ମଧ୍ୟ ଆଶଙ୍କା କରାଯାଉଛି । ସିଙ୍ଗାପୁର-ଫ୍ଲାଗଡ ଜାହାଜର ପଞ୍ଜିକୃତ ମାଲିକ ଗ୍ରେସ ଓସେନ ପିଟିଇ ଲିମିଟେଡ ବୋଲି ଜଣାପଡ଼ିଛି । ଉକ୍ତ କଣ୍ଟେନର ଜାହାଜଟି ପାଟାପସ୍କୋ ନଦୀରେ ବାଲ୍ଟୀମୋର ଦେଇ ଶ୍ରୀଲଙ୍କାର କଲମ୍ବୋ ଅଭିମୁଖେ ଯାତ୍ରା କରୁଥିଲେ ।

ଜାହାଜଟି ଘଣ୍ଟା ପ୍ରତି ୯ ମାଇଲ ବେଗରେ ଆଗକୁ ବଢ଼ୁଥିବା ମେରିଲାଣ୍ଡ ଗଭର୍ଣ୍ଣର କରିଛନ୍ତି । ଏହି ଦୁର୍ଘଟଣା ଘଟିବା ପରେ ବିପଦ ଚେତାବନୀ ଜାରି କରାଯାଇଥିଲା । ଫଳରେ ସଡ଼କ ପଥରେ ଲୋକଙ୍କର ଯାତୟାତାକୁ ରୋକାଯିବା ସହିତ ଅନେକ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିଥିଲା । ଏକ ବଡ଼ ଟିମଙ୍କୁ ଜରୁରୀକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିବା ବାଲ୍ଟୀମୋର ମେୟର ବ୍ରାଣ୍ଡୋନ ଏମ. ସ୍କଟ କହିଛନ୍ତି । ରାତି ୧.୩୦ ସମୟରେ ଏହି ଅଘଟଣ ଘଟିଥିବା କୁହାଯାଉଛି ।

Get real time updates directly on you device, subscribe now.