fbpx

ରାମକୃଷ୍ଣ ମିଶନ ଅଧ୍ୟକ୍ଷ ସ୍ୱାମୀ ସ୍ମରଣାନନ୍ଦଙ୍କ ପରଲୋକ: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସିଛି ଏକ ଦୁଃଖ ଖବର । ରାମକୃଷ୍ଣ ମିଶନର ଅଧ୍ୟକ୍ଷ ସ୍ମାମୀ ସ୍ମରଣାନନ୍ଦଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ସ୍ୱାମୀଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ସ୍ୱାମୀ ଦୀର୍ଘ ସମୟ ଧରି ଅସୁସ୍ଥ ରହିଥିଲେ । ୨୦୧୭ରେ ସେ ଅର୍ଡରର ୧୬ତମ ସଭାପତି ହୋଇଥିବା ନେଇ ରାମକୃଷ୍ଣ ମିଶନ ପକ୍ଷରୁ ଏକ ବୟାନ କୁହାଯାଇଛି । ୨୬ ତାରିଖରେ ସେ ପରଲୋକ ଗମନ କରିଥିବା ଜଣାପଡ଼ିଛି । ସ୍ୱାମୀଙ୍କ ପ୍ରେରଣା ପରବର୍ତ୍ତୀ ପୀଢ଼ିଙ୍କୁ ବହୁମାତ୍ରାରେ ପ୍ରଭାବିତ କରିଥିଲା । ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନର ପରମପୂଜ୍ୟ ଅଧ୍ୟକ୍ଷ ସ୍ୱାମୀ ସ୍ମରଣାନନ୍ଦଜୀ ମହାରାଜ ଆଜି ରାତି ୮.୧୪ ସମୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ରାମକୃଷ୍ଣ ମିଶନ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.