fbpx

ସୁରଙ୍କ ସାନ ପୁଅ ମନ୍ମଥ ବିଜେଡିରେ ମିଶିବେ: ବିଧିବଦ୍ଧ ଭାବେ ଶଙ୍ଖ ଧରିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ଏପ୍ରିଲ ୧୯ ତାରିଖରୁ ଦେଶରେ ବିଭିନ୍ନ ପର୍ଯ୍ୟାୟରେ ଲୋକସଭା ଓ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ପ୍ରାର୍ଥୀ ତାଲିକା ପ୍ରକାଶ କରୁଛନ୍ତି । ତେବେ ଏବେ ମଧ୍ୟରେ କିଛି ନେତା ଦଳ ବଦଳ କରୁଥିବା ବେଳେ ଆଉ କିଛି କେଉଁଠାରୁ ଲଢ଼ିବେ ସେନେଇ ପ୍ରସ୍ତୁତି ଚଳାଇଛନ୍ତି । ତେବେ ଏହା ମଧ୍ୟରେ ରାଜନୈତିକ ମହଲରୁ ଆସିଛି ଏକ ବଡ଼ ଖବର ।

ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ମାର୍ଚ୍ଚ ୨୭ରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେବେ । ନିଜର ବହୁ ସମର୍ଥକଙ୍କ ଗହଣରେ ମନ୍ମଥ ଶଙ୍ଖ ଧରିବେ । ପୂର୍ବରୁ ମନ୍ମଥ କଂଗ୍ରେସରୁ ଇସ୍ତଫା ଦେଇ ସାରିଥିବା ବେଳେ ସେ କେଉଁ ଦଳରୁ ନିର୍ବାଚନ ଲଢ଼ିବେ ସେନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ତେବେ ଉକ୍ତ ଚର୍ଚ୍ଚା ଉପରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି ।

ପରିଶେଷରେ ମନ୍ମଥ ବିଜେଡିରେ ସାମିଲ ହେବେ ବୋଲି ସୂଚନା ମିଳିଛି । ଏନେଇ କିଛି ଗଣମାଧ୍ୟମରେ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି । ଏଥିସହିତ ଏ ବାବଦରେ ମନ୍ମଥ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ମଧ୍ୟ ସୂଚନା ଦେଇଥିବା କୁହାଯାଉଛି । ତେବେ ମନ୍ମଥ ବିଜେଡିରେ ସାମିଲ ହେବା ପରେ ସେ କେଉଁ ଆସନରୁ ଲଢ଼ିବେ ଓ ବିଧାୟକ କି ସାଂସଦ ପାଇଁ ଲଢ଼ିବେ ତାହା ଏବେ ସ୍ପଷ୍ଟ ହୋଇ ନାହିଁ । ଆଗକୁ ଏନେଇ ସବୁ ସ୍ପଷ୍ଟ ହୋଇଯିବ ।

Get real time updates directly on you device, subscribe now.