fbpx

କ୍ୟାଟ୍ରିନାଙ୍କ ବିବାହରେ ଯୋଗ ଦେବେନି ତାଙ୍କର ଏକ୍ସ-ବୟଫ୍ରେଣ୍ଡମାନେ, ଦେଖନ୍ତୁ ଲିଷ୍ଟ

ବଲିଉଡର ହଟ୍ ଯୋଡ଼ି କ୍ୟାଟ୍ରିନା କୈଫ ଓ ଭିକି କୌଶଲ ଆସନ୍ତା ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି । ତେବେ ଏହି ଗ୍ରାଣ୍ଡ ଇଭେଣ୍ଟରେ ଯୋଗଦେବାକୁ ବହୁ ବିଶିଷ୍ଟ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ମାତ୍ର ସବୁଠାରୁ ଦୁଃଖର କଥା ହେଉଛି ବଲିଉଡର ଅନେକ ବିଗ୍ ଷ୍ଟାରଙ୍କୁ ଏହି ପାର୍ଟିକୁ ନିମନ୍ତ୍ରଣ କରାଯାଇନାହିଁ । ଜଣାପଡ଼ିଛି ଯେ, ନିମନ୍ତ୍ରଣ କରାଯାଇନଥିବା ଲିଷ୍ଟରେ ରହିଛନ୍ତି ତାଙ୍କର ସମସ୍ତ ଏକ୍ସ-ବୟଫ୍ରେଣ୍ଡମାନେ ।

୧- ସଲମାନ ଖାନ: ଦିନ ଥିଲା ସଲମାନଙ୍କ ସହ କ୍ୟାଟ୍ରିନଙ୍କୁ ନେଇ ବଲିଉଡରେ ଅନେକ ଚର୍ଚ୍ଚା ହେଉଥିଲା । ଦୁହେଁ ଅନେକ ସମୟ ଧରି ଖୁବ୍ ନିକଟତର ହୋଇଥିଲେ । ତେବେ ସଲମାନ ନିଜର ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ ଥିବା କାରଣରୁ ବିବାହ ଉତ୍ସବରେ ଯୋଗଦେଇ ପାରିବେ ନାହିଁ ।

୨- ରଣବୀର କପୁର: କ୍ୟାଟ୍ରିନାଙ୍କ କ୍ୟାରିୟରର ଶୁଭାରମ୍ଭ ସମୟରେ ତାଙ୍କର ରିଲେସନ ରଣବୀର କପୁରଙ୍କ ସହ ବୃଦ୍ଧି ପାଇଥିଲା । ‘ଅଜବ ପ୍ରେମ କି ଗଜବ କାହାନୀ’ରେ ଫିଲ୍ମରେ କାମ କରିବା ପରେ ଦୁହିଁଙ୍କ କେମେଷ୍ଟ୍ରି ଖୁବ୍ ଜମିଥିଲା । ତେବେ ରଣବୀର କ୍ୟାଟଙ୍କ ମ୍ୟାରେଜରେ ଯୋଗ ଦେଉନଥିବା ଜଣାପଡ଼ିଛି ।

୩- ସିଦ୍ଧାର୍ଥ ମାଲହୋତ୍ରା: ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ କ୍ୟାଟଙ୍କର ମଧ୍ୟ ଆଫେଆର୍ସ ରହିଥିଲା । ‘ବାର-ବାର ଦୋଖୋ’ ଫିଲ୍ମରେ ଦୁହେଁ ଖୁବ୍ ନିକଟତର ହୋଇଥିଲେ । ବର୍ତ୍ତମାନ ସିଦ୍ଧାର୍ଥ ନିଜର ଗାର୍ଲଫ୍ରେଣ୍ଡ କିଆରାଙ୍କୁ ବିବାହ କରିବାକୁ ପ୍ଲାନିଂ କରୁଥିବା ବେଳେ କ୍ୟାଟଙ୍କ ବିବାହରେ ସେ ଯୋଗଦେବେ ନାହିଁ ବୋଲି ଜଣାପଡ଼ିଛି ।

୪- ସିଦ୍ଧାର୍ଥ ମାଲ୍ୟା: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପୁତ୍ର ସିଦ୍ଧାର୍ଥ ମାଲ୍ୟାଙ୍କ ରିଲେସନ କ୍ୟାଟଙ୍କ ସହ ରହିଥିଲା । ଆଇପିଏଲ ସମୟରେ ଦୁହେଁ ଏକାଠି ନଜର ଆସିଥିବା ବେଳେ ସେମାନଙ୍କୁ ନେଇ ବହୁତ ଚର୍ଚ୍ଚା ହେଉଥିଲା । ବର୍ତ୍ତମାନ ସିଦ୍ଧାର୍ଥ ବିଦେଶରେ ରହିଥିବା କାରଣରୁ ଏହି ବିବାହରେ ଯୋଗ ଦେଇପାରିବେ ନାହିଁ ।

୫- ଆଦିତ୍ୟ ରୟ କପୁର: ‘ଆଶିକୀ ୨’ ଫେମ୍ ଆଦିତ୍ୟ ରୟ କପୁର ଓ କ୍ୟାଟଙ୍କ ମଧ୍ୟରେ କିଛି ଦିନ ପାଇଁ ରୋମାନ୍ସ ଚାଲିଥିଲା । ତେବେ କ୍ୟାଟଙ୍କ ବିବାହରେ ହାତଗଣତି କିଛି ଲୋକ ସାମିଲ ହେବାକୁ ଥିବା ବେଳେ ଉକ୍ତ ନିମନ୍ତ୍ରଣରେ ଆଦିତ୍ୟଙ୍କ ନାମ ନଥିବା ଜଣାପଡ଼ିଛି ।

Get real time updates directly on you device, subscribe now.