କଟକରେ ଡଙ୍ଗାଭସା ବାରଣ, ଜାଣନ୍ତୁ ଗାଇଡଲାଇନ୍

କଟକ(ଓଡ଼ିଶା ଭାସ୍କର): ଚଳିତବର୍ଷ କଟକରେ ଡଙ୍ଗାଭସାକୁ ବାରଣ କରାଯାଇଛି । ଏସଆରସି ଗାଇଡଲାଇନ୍ ଅନୁସାରେ କୌଣସି ନଦୀରେ ଏକାଠି ହେବା ମନା ହୋଇଛି । ଡଙ୍ଗାଭସା ବାରଣ ନେଇ କଟକ ଡିସିପି ପ୍ରତୀପ ସିଂହ ସୂଚନା ଦେଇଛନ୍ତି ।

ତେବେ ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି ସମ୍ପୂର୍ଣ୍ଣ ବିପଦ ଟଳିନି । ଏଥିପାଇଁ ଏବେବି କିଛି ଦିଗରେ କଟକଣାକୁ କଡାକଡି କରିଛନ୍ତି ସରକାର । ଟିକାକରଣକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ମାସ୍କ ଓ ସାମାଜିକ ଦୂରତାକୁ ପାଳନ କରିବାକୁ ପରାମର୍ଶ ଦିଆଯାଉଛି । କରୋନା ପାଇଁ ଅନେକ ପର୍ବ ପର୍ବାଣିରେ କଟକଣା ଲଗାଯାଉଛି ।