fbpx

କେମିତି ହୁଏ ପ୍ରଥମ ଦେଖାରୁ ପ୍ରେମ? ରିସର୍ଚ୍ଚରୁ ବୈଜ୍ଞାନିକ ପାଇଲେ ଏହାର ଉତ୍ତର

ନୂଆଦିଲ୍ଲୀ: ପ୍ରଥମ ଦେଖାରୁ ପ୍ରେମ କେମିତି ହୋଇଥାଏ ? କାହା ସହିତ ଆପଣ ପ୍ରଥମ ଥର ଦେଖା ହେବା ପରେ ଯଦି ଆପଣଙ୍କୁ ଖୁସି ଅନୁଭବ ହୁଏ କିମ୍ବା ତାର ସବୁକିଛି ଆପଣଙ୍କୁ ନିଜର ନିଜର ଲାଗେ । ଖାଲି ସେତିକି ନୁହେଁ ଏହା ମଧ୍ୟ ଅନୁଭବ ହୁଏ ଯେ, ଆପଣ ଦୁହେଁ ଦୁହିଁଙ୍କୁ ବର୍ଷ ବର୍ଷ ଧରି ଜାଣିଛନ୍ତି । ଏପରି ହେବା ଦ୍ୱାରା ଆପଣ ଅନେକ ଗୁଡ଼ିଏ ଭାବନାତ୍ମକ କଥା ଭାବିଦେଇଥିବେ ନିଶ୍ଚୟ । କିନ୍ତୁ ସତ କଥା ହେଉଛି ଏହା ପଛରେ ବୈଜ୍ଞାନିକ କାରଣ ରହିଛି ।

ବୈଜ୍ଞାନିକ ମାନେ ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଏକ ଅଧ୍ୟୟନ କରିଥିଲେ । ଏହ ଅଧ୍ୟୟନରେ ଲୋକମାନଙ୍କୁ ବ୍ଲାଇଣ୍ଡ୍ ଡେଟ୍ ରେ ପଠାଯାଇଥିଲା । ଏପରି ଜାଣିବାକୁ ଚେଷ୍ଟା କରାଯାଇଥିଲା ଯେ, ଲୋକମାନଙ୍କ ମଧ୍ୟରେ ପ୍ରଥମ ଦେଖାରୁ ପ୍ରେମ ହେଉଛି କି ନାହିଁ? କେମେଷ୍ଟ୍ରି କ୍ରିଏଟ୍ ହେଉଛି କି ନାହିଁ? ସେହିସବୁ ଦିଗକୁ ଟେଷ୍ଟ କରାଯାଇଥିଲା । ତେବେ ଏହି ଅଧ୍ୟୟନ ଖୁବ୍ ଖାସ୍ କଥାର ଖୁଲାସା ହୋଇଛି ।

ବୈଜ୍ଞାନିକଙ୍କ କହିବା କଥା ଯେ, ଯଦି କୌଣସି ବ୍ୟକ୍ତି ପ୍ରଥମ ଥର ପାଇଁ କାହା ସହିତ ଦେଖା ହେଉଛି ସେ ସମୟରେ ପ୍ରେମର ଅନୁଭବ ସେତେବେଳେ ହୋଇଥାଏ ଯେତେବେଳେ ଦୁଇଟି ହୃଦୟ ସ୍ପନ୍ଦନ ଗୋଟିଏ ଧୁନ୍ ରେ ଚାଲିଥାଏ । ବୈଜ୍ଞାନିକଙ୍କ ଭାଷାରେ ଏହାକୁ ହାର୍ଟ ରେଟ୍ ବୋଲି କୁହାଯାଏ ବା ସିଙ୍କ୍ରୋନାଇସ୍ ହେବା କୁହାଯାଏ । ଏପରି ସ୍ଥଳରେ ହାତରେ ହାଲୁକା ଝାଳ ବାହାରି ଆସେ । ଆପଣଙ୍କ ବୁଦ୍ଧି ଓ ଶରୀର ଗୋଟିଏ ସନ୍ତୁଳନରେ କାମ କରିବାକୁ ଲାଗେ ।

ଏହି କେମେଷ୍ଟ୍ରି ଯେତେବେଳେ ସାମନା ଲୋକଙ୍କ ସହିତ ମିଶିଯାଏ ସେ ସମୟରେ ଆପଣ ଏକଦମ୍ ଅଲଗା ହିଁ ଅନୁଭବ କରିଥାନ୍ତି । ନେଚର୍ ହ୍ୟୁମାନ୍ ବିହେବିୟର୍ ନାମକ ଏକ ଜର୍ନାଲରେ ଏହି ରିପୋର୍ଟ ପ୍ରକାଶ ପାଇଛି । ଅନୁସନ୍ଧାନରେ ଏହା ମଧ୍ୟ କୁହାଯାଇଛି ଯେ ଏହା ଏକ ମାନସିକ ପ୍ରକ୍ରିୟା । ଏହା ଅନେକ ଥର ଘଟେ ଯାହା ଶାରୀରିକ ଲକ୍ଷଣ ପରେ ଆରମ୍ଭ ହୁଏ । ଏହାର ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ହେଉଛି ସମାନ ଧ୍ୱନିରେ ଦୁଇ ଜଣଙ୍କର ହୃଦ ସ୍ପନ୍ଦନ ହେବା ।

ଏହି ଅଧ୍ୟୟନରେ, ୧୪୨ ହେଟ୍ରୋସେକ୍ସୁଆଲ ଓ ଯୁବତୀ ସାମିଲ ଥିଲେ । ଯେଉଁ ମାନଙ୍କ ବୟସ ୧୮-୩୮ ବର୍ଷ ମଧ୍ୟରେ ଥିଲା । ତାଙ୍କୁ ଏକ ବ୍ଲାଇଣ୍ଡ ଡେଟ୍ ରେ ପଠାଯାଇଥିଲା । ଡେଟିଂ କ୍ୟାବିନଗୁଡିକରେ ଆଇ-ଟ୍ରାକିଂ ଚଷମା, ହୃଦସ୍ପନ୍ଦନ ମନିଟର ଏବଂ ଝାଳ ଯାଞ୍ଚ ଉପକରଣ ସହିତ ସଜାଯାଇଥିଲା । ୧୪୨ ଜଣଙ୍କ ମଧ୍ୟରୁ ୧୭ ଜଣ ଦମ୍ପତି ଥିଲେ ଯେଉଁମାନେ ପ୍ରଥମ ଦେଖାରେ ପ୍ରେମ ଅନୁଭବ କରିଥିଲେ । ତାଙ୍କର ହୃଦସ୍ପନ୍ଦନର ଧୁନ୍ ସମାନ ଥିଲା । ବୈଜ୍ଞାନିକ ମାନେ ଏହାକୁ ଫିଜିଓଲୋଜିକାଲ୍ ସିଙ୍କ୍ରୋନାଇଜେସନ୍ ନାମରେ ନାମିତ କରିଛନ୍ତି, ଯେଉଁଥିରେ ଆପଣ ଏକ ପ୍ରକାର ଚେତାଶୂନ୍ୟ ହୋଇଯାଆନ୍ତି । ଯାହା ଆପଣ ହୋସ୍ ରେ ଥାଇ କରିପାରନ୍ତି ନାହିଁ ତାହା ଆପଣ ସେ ସମୟରେ କରିବାକୁ ଲାଗନ୍ତି ।

Get real time updates directly on you device, subscribe now.