fbpx
BJD SKY
BJD SKY

ଆଜି ବି ରହସ୍ୟଘେରରେ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ: ନିକଟ ସମ୍ପର୍କୀୟଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ

BJD

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଇତିମଧ୍ୟରେ ବର୍ଷେ ପୂରିଗଲାଣି । ତେବେ ଆଜି ବି ତାଙ୍କର ମୃତ୍ୟୁ ଉପରୁ ରହସ୍ୟର ପର୍ଦ୍ଦାଫାସ୍ ହୋଇନାହିଁ । ତେବେ ଇତିମଧ୍ୟରେ ସୁଶାନ୍ତଙ୍କ ସମ୍ପର୍କରେ ଆସିଥିବା ଅନେକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଯାଇଛି, ଯାହାକୁ ନେଇ କିଛି ମିଡ଼ିଆରେ ମଧ୍ୟ ହତ୍ୟା ଦିଗ ପ୍ରତି ପ୍ରଶ୍ନ ଉଠାଯାଇଛି । ଗତକାଲି ସୁଶାନ୍ତଙ୍କ ୫ ଜଣ ସମ୍ପର୍କୀୟ ଏକ ଟ୍ରକ ଧକ୍କାରେ ମୃତ୍ୟୁବରଣ କରିଛନ୍ତି । ମୋଟ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣ ଅଭିନେତାଙ୍କର ନିକଟ ସମ୍ପର୍କୀୟ ଥିଲେ ।

ସୁଶାନ୍ତଙ୍କ ମୃତ୍ୟୁର ପ୍ରାୟ ୧ ମାସ ପରେ ତାଙ୍କ ପରିବାର ଲୋକ ଏନେଇ ପୋଲିସରେ ଅଭିଯୋଗ ଦାୟର କରିଥିଲେ । ଏହି ଘଟଣା ପଛରେ ଅନେକ ବଡ଼ବଡ଼ିଆଙ୍କ ହାତ ଥିବା ସନ୍ଦେହ କରାଯାଉଥିଲା । ତେବେ ସତ୍ୟ ଯାହା ହେଉନା କାହିଁକି, ପ୍ରମାଣ ଅଭାବରୁ କିମ୍ବା ଅନ୍ୟ କେଉଁ କାରଣରୁ ଆଜି ପର୍ଯ୍ୟନ୍ତ କେହି ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି । ସୁଶାନ୍ତଙ୍କ ମୃତ୍ୟୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା, ତେଣୁ ସମସ୍ତ ପ୍ରମାଣକୁ ନଷ୍ଟ କରିବା ପାଇଁ କିଛି ଲୋକଙ୍କୁ ମଧ୍ୟ ହତ୍ୟା କରାଯାଇ ଦୁର୍ଘଟଣା ବା ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅନେକ ମିଡ଼ିଆ ସୂତ୍ରରୁ ଜଣାପଡ଼ିଛି । ଏହି କେସକୁ ନେଇ ସେତେବେଳେ ମହାରାଷ୍ଟ୍ର ପୋଲିସ ପକ୍ଷରୁ ବିରୋଧ କରାଯାଇଥିଲା, ଯାହାକି କିଛି ଗୁମରର ଲୁଚିଥିବା ନେଇ ପରୋକ୍ଷରେ ସୂଚାଇଥିଲା । ଆଉ ଏକ ସୂତ୍ରରୁ ଜଣାପଡ଼ିଛି, ସୁଶାନ୍ତ ବଲିଉଡରେ ଚାଲିଆସୁଥିବା ବଡ଼ ବଡ଼ ରାକେଟର ପର୍ଦ୍ଦାଫାସ କରିବା ନେଇ ପ୍ରୟାସ କରୁଥିଲେ । ତାହା ପର୍ଦ୍ଦାଫାସ ହୋଇଥିଲେ ଅନେକ ବଡ଼ ବଡ଼ ମୁଣ୍ଡିମାନଙ୍କର ବହୁତ କ୍ଷତି ହୋଇଥାନ୍ତା । ତେଣୁ ଏହି ଘଟଣାରେ ପ୍ରଥମେ ତଦନ୍ତ କରୁଥିବା ମୁମ୍ବାଇ ପୋଲିସ ସମସ୍ତ ତଥ୍ୟ ନଷ୍ଟ କରିଦେଇଥିବା ଅଭିଯୋଗ ହେଉଛି । ସୁଶାନ୍ତଙ୍କୁ ସୁପରିକଳ୍ପିତ ଭାବେ ହତ୍ୟା କରାଯାଇ ମାନସିକ ଜନିତ ଆତ୍ମହତ୍ୟା ବୋଲି ମିଡ଼ିଆରେ ପ୍ରଚାର କରାଯାଇଥିଲା । ବର୍ତ୍ତମାନ ମଧ୍ୟ ଏହି କେସ୍ ସିବିଆଇ ଦ୍ୱାରା ଚାଲୁ ରହିଥିବା ବେଳେ ସୁଶାନ୍ତଙ୍କ ହ୍ୱାଟ୍ସଆପ ଚାଟ ବିବରଣୀ କମ୍ପାନୀକୁ ମଗାଯିବ ବୋଲି ନିକଟରେ ତଦନ୍ତକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.