fbpx

ଧୂମ୍ରପାନ ହିଁ ନୁହେଁ ଏହି ସବୁ ଅଭ୍ୟାସ ଆପଣଙ୍କୁ କରିପାରେ ସମୟ ପୂର୍ବରୁ ବୃଦ୍ଧ: ଜାଣନ୍ତୁ କ’ଣ କହୁଛି ରିସର୍ଚ୍ଚ

କିଛି ଖରାପ ଅଭ୍ୟାସ ଆମକୁ ସମୟ ପୂର୍ବରୁ ବୁଢ଼ା ବନେଇବାର କାମ କରିଥାଏ । ଏହି ଅଭ୍ୟାସ ମଧ୍ୟରେ ଧୂମ୍ରପାନ ମଧ୍ୟ ସାମିଲ ରହିଛି । ଯାହାଦ୍ୱାରା କେବଳ ସ୍ୱାସ୍ଥ୍ୟ ନୁହେଁ ବରଂ ସ୍କିନ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ । ଅବଶ୍ୟ ଏକ ରିସର୍ଚ୍ଚରେ ସାମ୍ନାକୁ ଆସିଛି ଯେ କେବଳ ଧୂମ୍ରପାନ ନୁହେଁ ବରଂ କିଛି ଅନ୍ୟ ଅଭ୍ୟାସ ମଧ୍ୟ ରହିଛି ଯାହା ଆମକୁ ଜଲଦୀ ବୁଢ଼ା ବନାଇପାରେ । ଏହାକୁ ନେଇ ଏକ ଷ୍ଟଡୀ ସାମ୍ନାକୁ ଆସିଛି । ଯେଉଁଥିରେ ଦାବି କରାଯାଇଛି ଯେ ଯଦି ଏହି ଅଭ୍ୟାସକୁ ଦୂର ନକରାଯାଏ । ତେବେ ଅସୁବିଧା ବଢ଼ିପାରେ । ତେବେ ଆସନ୍ତୁ ଜାଣିବା କ’ଣ ସେହି ଅଭ୍ୟାସ ଏବଂ କିପରି ଆପଣ ଏଥିରେ ବର୍ତ୍ତିପାରିବେ ।

ରିପୋର୍ଟ ଅନୂଯାୟୀ, ଚୀନ ଏବଂ ଆମେରିକାର ବୈଜ୍ଞାନିକମାନେ ସମୟ ପୂର୍ବରୁ ବୃଦ୍ଧ ହେବା ଉପରେ ଏକ ରିସର୍ଚ୍ଚ କରିଛନ୍ତି । ଏହି ରିସର୍ଚ୍ଚରେ ସାମ୍ନାକୁ ଆସିଛି ଯେ ଏକାକୀ ରହିବା ଏବଂ ନିଦ ନ ହେଉଥିବା ଲୋକଙ୍କୁ ଜଲଦୀ ବୃଦ୍ଧାବସ୍ଥାର ଶିକାର ହୋଇଥାନ୍ତି । ବୈଜ୍ଞାନିକମାନେ କହିଛନ୍ତି ଯେ ଅଧିକ ଦୁଃଖୀ ରହୁଥିବା ଲୋକଙ୍କ ଠାରେ ମାନସିକ ସନ୍ତୁଳନ ବିଗିଡ଼ିଥାଏ ଏବଂ ଏହାର ପ୍ରଭାବ ତାଙ୍କର ମସ୍ତିଷ୍କହିଁ ନୁହେଁ ସ୍କିନ୍ ଉପରେ ବି ପଡ଼ିଥାଏ ।

ଆହୁରି ମଧ୍ୟ ହାର୍ଟ ଷ୍ଟ୍ରୋକ୍ ରେ ପୀଡ଼ିତ, ଲିଭରରେ ଅସୁବିଧା, ଫୁସଫୁସ୍ ରେ ସମସ୍ୟା ଥିବା ଲୋକଙ୍କ ଠାରେ ମଧ୍ୟ ଜଲଦୀ ବୁଢ଼ା ହେବାର ବିପଦ ରହିଛି । ଯେଉଁମାନେ ଅତ୍ୟଧିକ ଧୂମ୍ରପାନ କରିଥାନ୍ତି ସେମାନେ ସମୟ ପୂର୍ବରୁ ବୃଦ୍ଧ ହେବାର ଅଧିକ ସମ୍ଭାବନା ଥାଏ । ତେବେ ଷ୍ଟଡୀରେ କୁହାଯାଇଛି ଯେ କିଛି ଉପାୟ ଦ୍ୱାରା ଆପଣ ଏଥିରୁ ବର୍ତ୍ତିପାରିବେ । ଏଥିପାଇଁ ନିଜକୁ ପସନ୍ଦ ଆସୁଥିବା ଜିନିଷକୁ ସାମିଲ କରିବାକୁ ପଡ଼ିବ । ଏହା ବ୍ୟତୀତ ଧ୍ୟାନ କରିବା । ଉପଯୁକ୍ତ ଖାଦ୍ୟ ଖାଇବା ଜରୁରୀ ହୋଇଥାଏ ।

Get real time updates directly on you device, subscribe now.