fbpx

ମଇଁଷିର ଅଜବ ଡାନ୍ସ, କେବେ ଦେଖିଛନ୍ତି କି ଏମିତି ଘଟଣା? ଦେଖନ୍ତୁ ଭାଇରାଲ ଭିଡିଓ…

ଆଜିକାଲି ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ଏଥିମଧ୍ୟରୁ କିଛି ଭିଡିଓ ଇମୋସନାଲ କରିଦିଏ ତ କିଛି ଭିଡିଓ ଦେଖିଲେ ଝୁମି ଉଠନ୍ତି ୟୁଜର । ପୋଷା କୁକୁର ଏବଂ ବିଲେଇ ମାନଙ୍କର ସେମାନଙ୍କ ମାଲିକଙ୍କ ସହ କିଛି ମଜାଦାର ଭିଡିଓ ଆପଣ ଅନେକ ଦେଖିଥିବେ । କିନ୍ତୁ କେବେ ମଇଁଷି ସହ ଏମିତି ଭିଡିଓ ଦେଖିଛନ୍ତି ? ବିଶେଷ କରି ମଇଁଷି ନାଚୁଥିବାର ଘଟରା କେବେ ଆପଣଙ୍କ ନଜରରେ ପଡିଛି କି? ତେବେ ନିଜ ମାଲିକାଣୀଙ୍କ ସହ ଗୋଟିଏ ମଇଁଷି ଭାଙ୍ଗଡା କରୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହେଉଥିବା ଏହି ଭିଡିଓରେ ମଇଁଷିର ମାଲିକାଣୀ ନିକଟରେ ଠିଆ ହୋଇଛନ୍ତି । ତେବେ ମଇଁଷିକୁ ଖୁଆଉଥିବା ବେଳେ ଭାଙ୍ଗଡା ଡାନ୍ସ ଆରମ୍ଭ କରି ଦେଇଛନ୍ତି । ତେବେ ମାଲିକାଣୀଙ୍କ ଏହି ଡାନ୍ସ ଦେଖି ମଇଁଷି ମଧ୍ୟ ନାଚିବା ଆରମ୍ଭ କରି ଦେଇଛି । ତେବେ ଏହି ଭିଡିଓରେ ପିଲାମାନଙ୍କ ଶବ୍ଦ ମଧ୍ୟ ଶୁଣିବାକୁ ମିଳୁଛି । ତେବେ ମଇଁଷିକୁ ଭାଙ୍ଗଡା ଡାନ୍ସ କରୁଥିବାର ଦେଖି ଅନେକ ଲୋକ ଖୁବ ମଜା ଲୁଟିବାରେ ଲାଗିଛନ୍ତି ।

ମଇଁଷିର ଏମିତି କାର୍ଯ୍ୟକଳାପ ଅନେକ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରୁଛି । ୩୦ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ଦେଖି ସାରିଥିବା ବେଳେ ୨ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରି ସାରିଛନ୍ତି । ଏହାସହିତ ଅନେକ ଲୋକ ଏମିତି ମଜାଦାର ଭିଡିଓରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ।

 

View this post on Instagram

 

A post shared by VIDEO NATION (@videonation.teb)

Get real time updates directly on you device, subscribe now.