fbpx
BJD SKY
BJD SKY

ସବୁଦିନ ପାଇଁ ବନ୍ଦ ହୋଇଯିବ ଲକ୍ଷ ଲକ୍ଷ ପୁରୁଣା ଗାଡି଼! ଜାଣନ୍ତୁ ଏନେଇ ସଂସଦରେ କ’ଣ କହିଲେ ପରିବେଶ ମନ୍ତ୍ରୀ

BJD

ନୂଆଦିଲ୍ଲୀ: ଦେଶରୁ ପୁରୁଣା ଯାନକୁ ହଟାଇବାକୁ ପାଇଁ କେନ୍ଦ୍ର ସରକାର କ୍ରମାଗତ ଭାବେ ପ୍ରୟାସ ଜାରି ରଖିଛନ୍ତି । ଜଣାପଡ଼ିଛି ଯେ, ଏବେ ଦେଶରେ ୨ କୋଟିରୁ ଅଧିକ ପୁରୁଣା ଗାଡ଼ି ରାସ୍ତାରେ ଚଳପ୍ରଚଳ କରୁଛି । କେନ୍ଦ୍ର ପରିବେଶ ମନ୍ତ୍ରୀ ଅଶ୍ୱିନୀ ଚୌବେ ଏନେଇ ଲୋକସଭାରେ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ-ଏନସିଆର ଅଞ୍ଚଳରେ ୧୦ ବର୍ଷର ପୁରୁଣା ଡିଜେଲ ଓ ୧୫ ବର୍ଷର ପୁରୁଣା ପେଟ୍ରୋଲ ଗାଡ଼ି ଚାଲିପାରିବ ନାହିଁ ବୋଲି ୨୦୧୮ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ଦିଲ୍ଲୀରେ ୨୦ ବର୍ଷରୁ ଅଧିକ ପୁରୁଣା ୩୬ ଲକ୍ଷ ଗାଡ଼ି ଚାଲୁଥିବା ରିପୋର୍ଟରୁ ଜଣାପଡ଼ିଛି । ମନ୍ତ୍ରୀ କହିଛନ୍ତି ଯେ, ୨୦ ବର୍ଷରୁ ଅଧିକ ପୁରୁଣା ୩୯.୪୮ ଲକ୍ଷ ଗାଡ଼ି କର୍ଣ୍ଣାଟକରେ ଚାଲୁଥିବା ବେଳେ ଦିଲ୍ଲୀରେ ୩୬.୧୪ ଲକ୍ଷ, ଉକ୍ତରପ୍ରଦେଶରେ ୨୬.୨୦ ଲକ୍ଷ, କେରଳରେ ୨୦.୬୭ ଲକ୍ଷ, ତାମିଲନାଡ଼ୁରେ ୧୫.୯୯ ଲକ୍ଷ ଓ ପଞ୍ଜାବରେ ୧୫.୩୨ ଲକ୍ଷ ଚଳପ୍ରଚଳ କରୁଛି । ସାରା ଦେଶରେ ୨୦ ବର୍ଷର୍ର ପୁରୁଣା ମୋଟ ୨.୧୪ କୋଟି ଗାଡ଼ି ଚାଲୁଥିବା ସେ କହିଥିଲେ । ଚଳିତ ବର୍ଷ କେନ୍ଦ୍ର ସରକାର ନୂଆ ‘ବାହନ ସ୍କ୍ରେପ୍ ପଲିସି’ ଜାରି କରିଛନ୍ତି । ଏଥିପାଇଁ ମାଲିକମାନେ ଯାନର ଫିଟନେସ୍ ସାର୍ଟିଫିକେଟ ନେବା ପରେ ଅଧିକ ଶୁଳ୍କ ଦେଇ ଚଲାଇବାକୁ ଅନୁମତି ପାଇପାରିବେ । ଫିଟନେସ ସାର୍ଟିଫିକେଟରେ ବିଫଳ ହୋଇଥିବା ଗାଡ଼ିଗୁଡ଼ିକୁ କବାଡ଼ ସ୍ଥଳକୁ ନିଆଯିବ, ଯେଉଁଥିପାଇଁ ମାଲିକମାନଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣର ରାଶି ପ୍ରଦାନ କରାଯିବ । ପୁରୁଣା ଯାନ ଦ୍ୱାରା ଅଧିକ ମାତ୍ରାରେ ପରିବେଷ ପ୍ରଦୂଷଣ ବୃଦ୍ଧି ହେଉଥିବାରୁ କେନ୍ଦ୍ର ସରକାର ଏହାକୁ ହଟାଇବା ଉପରେ ଗୁରୁତ୍ୱ ଦେଉଛନ୍ତି ।

Get real time updates directly on you device, subscribe now.