fbpx

କୋଟିପତି ପିଏସ ଗିରଫ ମାମଲାରେ OSSC ଅଧ୍ୟକ୍ଷଙ୍କ ସଫେଇ, କହିଲେ….

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରୁ OSSCଙ୍କ କୋଟିପତି ପିଏସ ଗିରଫ ମାମଲା ଏବେ ଚର୍ଚ୍ଚାରେ ରହିଛି । ପିଏସ ବିରଞ୍ଚି ନାରାୟଣ ସାହୁଙ୍କ ଘରୁ ପୁଳା ପୁଳା ଟଙ୍କା, ଅଳଙ୍କାର ଓ ପ୍ଲଟ ବାହାରୁଛି, ଯାହାର ଆକଳନ କଲେବି ସରୁନି । ଅନ୍ୟପଟେ ବିଏସ ବିରଞ୍ଚି ଗିରଫ ମାମଲାରେ OSSC ଅଧ୍ୟକ୍ଷ ନିଜର ପ୍ରିତିକ୍ରିୟା ରଖିଛନ୍ତି ।

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଅଧ୍ୟକ୍ଷ ନିର୍ମଳ ମିଶ୍ର କହିଛନ୍ତି ଯେ, ‘ସରକାରଙ୍କ ୫-ଟି ଅନୁସାରେ ପରୀକ୍ଷାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରହୁଛି । ପୂର୍ବରୁ ଅନେକ ପରୀକ୍ଷା ପେଣ୍ଡିଂ ରହୁଥିଲା । କମ୍ପୁଟରୀକରଣ ପରେ ମାନବସମ୍ପଳ ବ୍ୟବହାର କମିଯାଇଛି । ପରୀକ୍ଷା ପ୍ରକ୍ରିୟାରେ କିଛି ନିର୍ଦ୍ଦିଷ୍ଟ ଅଧିକାରୀ ନିଯୁକ୍ତ ହୋଇଥାନ୍ତି । ଗତ ୧୫ ଦିନ ଭିତରେ ୭ରୁ ୮ ଟି ପରୀକ୍ଷା କରାଯାଇଛି । କରୋନା ଯୋଗୁଁ ବାକି ରହିଥିବା ପରୀକ୍ଷା ଆଗକୁ ହେବାର ଅଛି । ସ୍ୱଚ୍ଛତାର ସହ କାମ କରୁଛି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ । ତଦନ୍ତ ତା ବାଟରେ ଯିବ, ପିଏସଙ୍କ ବଦଳି ହେଉନଥିବାରୁ ୨୬ ବର୍ଷ ଧରି ଓଏସଏସସିରେ ଅଛନ୍ତି ।’

ତେବେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ପିଏସ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ରେଡ୍ ହୋଇଥିଲା । ଚଢାଉ କରି ପାଖାପାଖି ୪ କୋଟି ଟଙ୍କାର ସମ୍ପତ୍ତି ସହ ୧୨ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି । ଏହା ବ୍ୟତୀତ ବିରଞ୍ଚିଙ୍କ ସମ୍ପର୍କୀୟଙ୍କ ଘରୁ ୧୩ ଲକ୍ଷ ଟଙ୍କା ଜବତ ହୋଇଛି । ତାଙ୍କ ବାସଭବନରୁ ପ୍ରାୟ ଦେଢ଼ କେଜି ସୁନା ଅଳଙ୍କାର ଜବତ ହୋଇଛି । ଭୁବନେଶ୍ୱର ନୀଳାଦ୍ରୀବିହାରରେ ଦୁଇ ମହଲା କୋଠା ଠାବ ହୋଇଛି । ଏହା ବ୍ୟତିତ ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀରେ ୧୪ଟି ପ୍ଲଟ ଠାବ ହୋଇଛି । ବିରଞ୍ଚିଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.