ଆଜି ରାଜ୍ୟର ଏହି ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି
ସବୁ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ।
ମାଲକାନଗିରି: ଆଜି ସ୍କୁଲ ଛୁଟି। ଆଜି ଜିଲ୍ଲାର ସବୁ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି। ବନ୍ଦ ଘୋଷଣା କଲେ ଜିଲ୍ଲାପାଳ। ଯେହେତୁ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଉ ତା ଉପରେ ଲଘୁଚାପ ମଧ୍ୟ ସକ୍ରିୟ ରହିଛି।
ତେଣୁ ଆଜି ପାଇଁ ମାଲକାନଗିରି ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଘୋଷଣା କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଉ ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜିପାଇଁ ମାଲକାନଗିରିର ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।
ରେର୍ଡ ଆଲର୍ଟ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ। ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ଜୀବନଯାତ୍ରା ପ୍ରଭାବିତ ହୋଇଛି।
NH ୩୨୬ ପୋଟେରୁ-କଂଗୃକୋଣ୍ଡା ପୋଲ ଉପରେ ୫ ଫୁଟ୍ ଉଚ୍ଚର ପାଣି ପ୍ରବାହିତ ହେଉଛି। କାଲିମେଳା ଓ ପଡିଆ ମୁଖ୍ୟରାସ୍ତାର କନ୍ୟାଶ୍ରମ ପୋଲ ଉପରେ ମଧ୍ୟ ପାଣି ଚାଲୁଛି।
ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ମୋଟୁ ସହ କାଲିମେଳା ଓ ପଡ଼ିଆକୁ ମଧ୍ୟ ଯୋଗାଯୋଗ ବନ୍ଦ ହୋଇଥିବା ଦେଖିବାକୁ ମିଳିଛି।
ସେପଟେ ମାଲକାନଗିରି ସହ ନବରଙ୍ଗପୁର ଜିଲ୍ଲାକୁ ମଧ୍ୟ ବର୍ଷା ନେଇ ରେର୍ଡ ଆଲର୍ଟ ଜାରି ହୋଇଛି। ତେଣୁ ନବରଙ୍ଗପୁର ଜିଲ୍ଲାପାଳ ମଧ୍ୟ ଜିଲ୍ଲାପ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି।