fbpx
BJD
BJD SKY
BJD SKY

ଏହି ରାଜ୍ୟରେ ଆଜି ବନ୍ଦ ରହିବ ସମସ୍ତ ସ୍କୁଲ ଓ କଲେଜ, ଜାଣନ୍ତୁ ଏହାର କାରଣ କ’ଣ?

ନୂଆଦିଲ୍ଲୀ: ବର୍ଷାର ବିପଦ ଥମିବାର ନାମ ନେଉନାହିଁ । ଏବେ ମଧ୍ୟ ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଛି । ଏହି କାରଣରୁ ସେଠାରେ ଥିବା ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ ଏହି କାରଣରୁ ସ୍କୁଲ ଏବଂ କଲେଜଗୁଡ଼ିକୁ ଅନେକ ସ୍ଥାନରେ ବନ୍ଦ କରିବାକୁ ପଡୁଛି । ଏହି କ୍ରମରେ ହିମାଚଳ ପ୍ରଦେଶର ନାମ ମଧ୍ୟ ସାମିଲ ରହିଛି । ସେଠାରେ ଆଜି ଅର୍ଥାତ୍ ୧୪ ଅଗଷ୍ଟ ୨୦୨୩ ସୋମବାର ଦିନ ପାଇଁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ କରାଯାଇଛି । ଲଗାତାର ବର୍ଷା ହେତୁ ଏପରି ନିଷ୍ପତ୍ତି ନିଆଯାଇଛି । ଏ ବାବଦରେ ପ୍ରଶାସନ ଏକ ଆଦେଶ ଜାରି କରି ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖିବାକୁ କହିଛନ୍ତି ।

ଶିକ୍ଷା ବିଭାଗ ଏହି ନିର୍ଦ୍ଦେଶ ଦେଇଛି :-
ଏହି ମାମଲାରେ ହିମାଚଳ ପ୍ରଦେଶର ଶିକ୍ଷା ବିଭାଗ ଏକ ଆଦେଶ ଜାରି କରି କହିଛି ଯେ, ହିମାଚଳ ପ୍ରଦେଶର ସମସ୍ତ ସ୍କୁଲ ଏବଂ କଲେଜ ୧୪ ଅଗଷ୍ଟ ୨୦୨୩ ରେ ବନ୍ଦ ରହିବ । ଲଗାତାର ବର୍ଷା ଯୋଗୁଁ ଏହା କରାଯାଉଛି ।

ଏହି ସମୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଓ କଲେଜଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଆଦେଶ ସମସ୍ତ ବିଦ୍ୟାଳୟ ଏବଂ କଲେଜ ତଥା ପ୍ରାଇଭେଟ ଓ ସରକାରୀ ପାଇଁ ଲାଗୁ ହେବ । ହିମାଚଳ ପ୍ରଦେଶ ସରକାର କହିଛନ୍ତି ଯେ ସମସ୍ତଙ୍କୁ ଏହି ଆଦେଶ ପାଳନ କରିବାକୁ ପଡ଼ିବ ।

Get real time updates directly on you device, subscribe now.